ଭାରତ ବନ୍ଦ କଳାହାଣ୍ଡି ରେ ପ୍ରଭାବିତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ୍‌ ବିରୋଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି ବନ୍ଦ କୁ ସମର୍ଥନ ଦେଇଛି  । କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ  ସମସ୍ତେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି।  ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ନୂଆ କୃଷି ନୀତିକୁ ନେଇ ୧୦ ମାସ ଧରି ଚାଲିଥିବା ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଏହାସହ କିଛି ସଂଗଠନ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।   ଚାଷୀଙ୍କ ସହ ଆଲୋଚନ କରି ୩ଟି କୃଷି ଆଇନ୍‌କୁ ରଦ୍ଦ କରିବା ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷେ, ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।ଭବାନୀ ପାଟଣା ର ବିଭିନ୍ନ ଛକ ଓ ମଦନପୁର ରାମପୁର ନର୍ଲା ,କେସିଙ୍ଗା ପ୍ରଭୃତି ସ୍ଥାନରେ ଯାନବାହନ ଚଳାଚଳ ଦୋକାନ ବଜାର,ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।ବନ୍ଦ କୁ ଦୃଷ୍ଟିରେ ରଖି କଳାହାଣ୍ଡି ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ