ଦୁର୍ଗୋତ୍ସବ : ନବ ଦୁର୍ଗା

ବିପିନ ବିହାରୀ ମହାନ୍ତି
“ଦୁର୍ଗତିକୁ ଯେଣୁ କରିପାରନ୍ତି ସେ ଦୂର
ତେଣୁ କରି ଦୁର୍ଗା ନାମ ଅଟଇ ତାଙ୍କର ।ା” ଚଣ୍ଡୀ ପୁରାଣ ।
ଦୁର୍ଗତି ନାଶ କରୁଥିବାରୁ ମା’ ଆଦ୍ୟାଶକ୍ତି ଜଗଜ୍ଜନନୀଙ୍କୁ ଦୁର୍ଗା ବୋଲି କୁହାଯାଏ । ପୁରାଣ ମତେ ସେ ଆଦ୍ୟାଶକ୍ତି ମା’ ଦୁର୍ଗା ନାମକ ଅସୁରକୁ ବଧ କରିଥିବାରୁ, ତା’ ନାଁ ନେଇ ଦୁର୍ଗା । ତେବେ ଯାହାହେଉ ଦୁଷ୍ଟ ନିବାରି ସନ୍ଥପାଳୁ, ତୁ ନାଥ ପରମ ଦୟାଳୁ ପରି ଏ ମା’ ହେଉଛନ୍ତି ସକଳ ଦୁଃଖ, ଶୋକ, ଯନ୍ତ୍ରଣା, ଶତ୍ରୁଭୟ ଏବଂ ସମସ୍ତ ଅନିଷ୍ଟକାରୀ ଶକ୍ତିର ଦମନକାରୀ । ଅନ୍ୟପକ୍ଷରେ ସକଳ ଅଭୀପ୍‌ସା ବା ସିଦ୍ଧିପ୍ରଦାନକାରୀ ତଥା ପରଜଗତରେ ପରମ ପାଦ ଲାଭ କରିବାର ଏକମାତ୍ର ପଥ । ମା’ର କରୁଣା ଥିଲେ କ’ଣ । ସାଧନ ନହୁଏ ଏ ଜଗତେ ।
ସେହି କରୁଣା ପାଇଁ ମା’ର ପୂଜା ଏହି ଶାରଦୀୟ ଅବସରେ ଆଶ୍ୱିନ ପ୍ରତିପଦାଠାରୁ ନବଦିନ ବ୍ୟାପୀ ମା’ର ବିଭିନ୍ନ ସ୍ୱରୂପ ବା ବିଗ୍ରହକୁ ପୂଜା କରାଯାଏ । ଦଶହରା ଦିନ ପୂଜାର ପୂର୍ଣ୍ଣାହୂତି କରାଯାଏ । ମା’ ତାଙ୍କ ସ୍ୱରୂପରେ ନବ ରୂପ । ପ୍ରତିଦିନ ଗୋଟିଏ ସ୍ୱରୂପ ପୂଜା ହୁଏ । ଶ୍ରୀ ଚଣ୍ଡୀରେ ତାଙ୍କ ସ୍ୱରୂପକୁ ଏହି ରୂପେ ବର୍ଣ୍ଣନା କରାଯାଇଛି :
ପ୍ରଥମଂ ଶୈଳ ପୁତ୍ରୀଃ, ଦ୍ୱିତୀୟଂ ବ୍ରହ୍ମଚାରିଣୀ
ତୃତୀୟଂ ଚନ୍ଦ୍ର ଘଣ୍ଟେତି, କୁଷ୍ମାଣ୍ଡତି ଚତୁର୍ଥମ୍ ।ା
ପଞ୍ଚମଂ ସ୍କନ୍ଦମାତାତି, ଷଷ୍ଠଂ କତ୍ୟାୟନୀତି ଚ
ସପ୍ତମଂ କାଳରାତ୍ରିତି, ମହାଗୌରୀ ରୁଷ୍ଟମମ୍‌,
ନବଂ ସିଦ୍ଧଦାତ୍ରୀଚ ନବଦୁର୍ଗା ପ୍ରବର୍ତ୍ତିତା ।ା
ଅର୍ଥାତ୍ ଯଥାକ୍ରମେ ମା’ ଶୈଳପୁତ୍ରୀ, ବ୍ରହ୍ମାଚାରିଣୀ ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧଦାତ୍ରୀ ରୂପେ ପୂଜା ପାଆନ୍ତି । ଏହି ରୂପମାନଙ୍କରେ କାହାର କାହା ସହିତ ସାମଞ୍ଜସ୍ୟ ନଥାଏ । ବିଚାରକୁ ନେଇ ପୂଜନ ଓ ‘ଳ ସିଦ୍ଧ ଉଦ୍ଦିଷ୍ଟ ଅଛି ।
ପ୍ରଥମ ଦିବସ ନବଦିନ ପୂଜନରେ ମା’ ଶୈଳପୁତ୍ରୀ ପୂଜା ହୁଆନ୍ତି । ଏହି ଦିବସରେ ତାଙ୍କର ସ୍ୱରୂପ ବିଷୟରେ ଏମିତି କୁହାଯାଇଛି :
ବନ୍ଧେ ବାଞ୍ôଚତ ଲାଭାୟ ଚନ୍ଦ୍ରାର୍ଦ୍ଧକୃତ ଶେଖରମ୍ ।
ବୃଷାରୁଢ଼ା ଶୂଳଧରାଂ ଶୈଳପୁତ୍ରୀ ଯଶସ୍ୱିନୀମ୍ ।ା
ସେ ପର୍ବତରାଜ ହିମାଳୟଙ୍କ କନ୍ୟା ହେତୁ ଶୈଳପୁତ୍ରୀ । ତାଙ୍କର ବାହାନ ବୃଷଭ, ବୃଷଭ ପୃଷ୍ଠରେ ଆସୀନ ବେଳେ ତାଙ୍କ ଡାହାଣ ହାତରେ ତ୍ରୀଶୁଳ ଏବଂ ବାମହାତରେ ପଦ୍ମପୁଷ୍ପ ଶୋଭାପାଉଥାଏ ।
ଦ୍ୱିତୀୟ ଦିବସ ପୂଜନରେ ସେ ବ୍ରହ୍ମଚାରିଣୀ ରୂପେ ପୂଜା ପାଆନ୍ତି । ଏହି ସ୍ୱରୂପରେ ସେ ପୂର୍ଣ୍ଣ ଜ୍ୟୋତିର୍ମୟ ଏବଂ ଅତ୍ୟନ୍ତ ଭବ୍ୟ । ଏହାଙ୍କର ଡାହାଣ ହସ୍ତରେ ଜପାମାଳା ଏବଂ ବାମ ହାତରେ କମଣ୍ଡଳୁ ଥାଏ ।
ଦଧାନା କରପଦମାଭ୍ୟାମକ୍ଷମାଳାକମଣ୍ଡଳୁ,
ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣୀ ନୂତ୍ତମା ।ା
ତୃତୀୟ ଦିବସରେ ସେ ଚନ୍ଦ୍ର ଘଣ୍ଟା ଭାବେ ପୂଜିତା । ଏହାଙ୍କ ବାହନ ବ୍ୟାଘ୍ର । ଦେବୀଙ୍କ ମଥାରେ ଘଣ୍ଟାକାର ଅର୍ଦ୍ଧଚନ୍ଦ୍ର ହେତୁ ଚନ୍ଦ୍ରଘଣ୍ଟା, ଶରୀରର ରଂଗ ସୁବର୍ଣ୍ଣପରି, ଏ ଦେବୀଙ୍କର ଦଶହାତ ଏବଂ ଏହି ହସ୍ତମାନଙ୍କରେ ଯଥାକ୍ରମେ ଖଡ଼ଗ, ବାଣ, ଅସ୍ତ୍ର ଏବଂ ଶସ୍ତ୍ର ଇତ୍ୟାଦି ଶୋଭାପାଉଥାଏ । ଦେବୀ ଭୟାନକ ଏବଂ ଯୁଦ୍ଧମୁଦ୍ରାରେ ସଦାବେଳେ ଥାଆନ୍ତି ।
ପିଣ୍ଡଜଗ୍ରବରାରୁଢ଼ା ଚଣ୍ଡକୋପାସତ୍ର କୈର୍ଯୁତା ।
ପ୍ରସାଦଂ ତଳୁତେ ମହାଂ ଚନ୍ଦ୍ରଘଣ୍ଟେତ ବିଶ୍ରୁତା ।ା
ଚତୁର୍ଥ ଦିବସରେ ଦେବୀ କୁଷ୍ମାଣ୍ଡା ରୂପେ ପୂଜିତା । ନିଜ ମନ୍ଦ ହାସ୍ୟରୁ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବାରୁ ଏବଂ ଦେବୀ ପାଣିକଥାରୁ (କୁଷ୍ମାଣ୍ଡା)କୁ ପ୍ରିୟବଳି ରୂପେ ଗ୍ରହଣ କରିଥିବାରୁ ଦେବୀଙ୍କ ନାମ ଏପରି ରଖାଯାଇଛି । ଦେବୀଙ୍କ ନିବାସ ସୂର୍ଯ୍ୟ ମଣ୍ଡଳ ହେତୁ, ତେଜସ୍ୱିନୀ । ତାଙ୍କର ବାହନ ବ୍ୟାଘ୍ର, ସେ ଅଷ୍ଟଭୂଜା, ଏହାଙ୍କର ସାତହସ୍ତରେ ଯଥାକ୍ରମେ କମଣ୍ଡଳୁ, ଧନୁ, ବାଣ, ପଦ୍ମ‘ୁଲ, କଳସ, ଚକ୍ର ତଥା ଗଦା ଥାଏ । ଅଷ୍ଟମ ହସ୍ତରେ ଦାନକାରୀ ସବୁସିଦ୍ଧର ଜପାମାଳା ।
ସୁରା ସଂପୂର୍ଣ୍ଣ କଳଶଂ ରୁଧିରାପ୍ଲୁତ ମେବ ଚ ।
ଦଧାନା ହସ୍ତପଦମାଭ୍ୟାଂ କୁଷ୍ମାଣ୍ଡ ଶୁଭାଦସ୍ତୁ ମେ ।ା
ପଞ୍ଚମ ଦିବସରେ ଦେବୀ ସ୍କନ୍ଦମାତା ଭାବେ ପୂଜା ପାଆନ୍ତି । ସେ ଭଗବାନ ସ୍କନ୍ଦଙ୍କର (କାର୍ତ୍ତିକେୟ) ମାତା ହେତୁ ସେ ଏହି ନାମରେ ଅଭିହିତା । ତାଙ୍କର ବାହନ ସିଂହା, ତାଙ୍କ କୋଳରେ ଭଗବାନ ବାଳସ୍କନ୍ଦ । ସେ ଚତୁର୍ଭୁଜା । ତାଙ୍କର ଡାହାଣ ଉପର ହସ୍ତରେ ବାଳୁତ ସ୍କନ୍ଦକୁ କୋଳାଗ୍ରତ କରି ଧରିଛନ୍ତି । ତଳ ହାତଟିରେ ପଦ୍ମ‘ୁଲ, ବମପଟର ଉପର ହସ୍ତ ବରମୁଦ୍ରାରେଏବଂ ତଳହସ୍ତରେ ସେହି ପଦ୍ମପଷ୍ପ ଧାରଣ କରିଛନ୍ତି ।
ସିଂହାସନଗତା ନିତ୍ୟଂ ପଦମାଶ୍ରିତ କର ଦ୍ୱୟା
ଶୁଭଦାସ୍ତୁ ସଦାଦେବୀ ସ୍କନ୍ଦମାତା ଯଶସ୍ୱିନୀ ।ା
ଷଷ୍ଠ ଦି ବସରେ ମା’ କାତ୍ୟାୟନୀ ରୂପେ ପୂଜିତା । ତାଙ୍କର ବାହନ ସିଂହ । ସେ ମହର୍ଷି କାତ୍ୟାୟନୀଙ୍କ ଘରେ ଆବିର୍ଭୁତା ହେତୁ ତାଙ୍କ ନାମ କାତ୍ୟାୟନୀ । ଏ ଦେବୀଙ୍କ ଡାହାଣପଟର ଉପର ହସ୍ତଟି ଅଭୟ ମୁଦ୍ରାରେ ଏବଂ ତଳହସ୍ତଟି ବରମୁଦ୍ରାରେ, ଏବଂ ବାମପଟ ଉପର ହାତରେ ତଲଓ୍ୟାର ଏବଂ ଦକ୍ଷିଣ ହସ୍ତରେ ପଦ୍ମ‘ୁଲ, ଏ ଦେବୀଙ୍କର ରଂଗ ସୁବର୍ଣ୍ଣପରି ।
ଚନ୍ଦ୍ରହାସୋ ଉଜ୍ଜ୍ୱଳକରା ଶାର୍ଦ୍ଦୁଳବର ବାହନା,
କାତ୍ୟାୟନୀ ଶୁଭଂ ଦଧାଦେବୀ ଦାନବ ଘାତିନୀ ।
ସପ୍ତମ ଦିବସରେ ମା’ କାଳରାତ୍ରିରୂପେ ପୂଜା ପାଆନ୍ତି । ଦେବୀ ରଂଗରେ ଘନ ଅନ୍ଧକାରଠୁ ଆହୁରି କଳା । ରୂପରେ ଭୟଙ୍କରୀ । ବିକ୍ଷିପ୍ତ କେଶା । ତିନି ନେତ୍ର । ବ୍ରହ୍ମାଣ୍ଡପରି ଗୋଲ । ଦେବୀଙ୍କର ବାହନ ହେଉଛନ୍ତି ଗଧ । ମା’ ଚତୁର୍ଭୁଜା । ଉପରକୁ ଉଠିଥିବା ଡାହାଣ ହାତଟି ବରମୁଦ୍ରା ଓ ନିମ୍ନ ହସ୍ତଟି ଅଭୟ ମୁଦ୍ରାରେ ଥାଏ ।
ଉପର ବାମ ହାତରେ ଲୁହାର କଣ୍ଟକତ ଅସ୍ତ୍ର ଏବଂ ନିମ୍ନ ହସ୍ତରେ ଖଡ଼ଗ ଥାଏ । ରଂଗରେ କଳା ଓ ରାତ୍ରିରେ ଭୟ ହେତୁ କାଳରାତ୍ରି ବୋଲି ନାମିତ ଅଥଚ ସେ ଶୁଭଙ୍କରୀ ଏବଂ ରକ୍ଷାକବଚ । ଶ୍ରୀ ଚଣ୍ଡୀରେ ମା’ଙ୍କର ରୂପ ବର୍ଣ୍ଣନା ଏହିପରି :
ଏକବେଣୀ ଜପାବର୍ଣ୍ଣପୁରା ଖରାସ୍ଥିତା
ଲମ୍ବୋଷୀ କର୍ଣ୍ଣିକାକର୍ଣ୍ଣା ତୈଳାଭକ୍ତ ଶରୀରିଣୀ ।ା
ବାମପାଦୋ, ଲ୍ଲସଲ୍ଲୋହଲତା କଣ୍ଟକ ଭୂଷଣ
ବର୍ଦ୍ଧନ ମୂର୍ଧଧ୍ୱଜା କୃ୍‌ଷ୍ଣୀ କାଳରାତ୍ରି ଭୟଙ୍କରୀ ।ା
ଅଷ୍ଟମ ଦିବସରେ ମା’ ମହାଗୌରୀ ରୂପେ ପୂଜା ପାଆନ୍ତି । ଶିବଙ୍କୁ ପାଇବା ନିମନ୍ତେ ପୂର୍ବ ଜନ୍ମର ତପସ୍ୟାରେ ଖରାରେ, ତରାରେ, ଶିତକାକର ସହିସହି ମା’ ଅତି ପତଳା ଓ କଳା ପଡ଼ିଯାଇଥିଲେ । ଶିବଙ୍କ ବର ଲାଭପରେ ଶିବ ତାଙ୍କୁ ପବିତ୍ର ଗଙ୍ଗାଜଳରେ ଧୌତ କରାଇ ଦେବାରୁ ସେ ଗୋରାପାଲଟି ଗଲେ । ଏଣୁ ଗୌରୀ ବା ମହାଗୌରୀ । ଏଦେବୀଙ୍କର ଆୟୂକାଳ ଆଠବର୍ଷ । ବାହନ-ବୃଷଭ । ଚତୁର୍ଭୁଜା । ଡାହାଣପଟର ଉପରହସ୍ତ ଅଭୟ ମୁଦ୍ରା ଓ ନିମ୍ନ ହସ୍ତରେ ତ୍ରିଶୁଳ ଥାଏ । ବାମର ଉପର ହସ୍ତରେ ଡମ୍ବରୁ ଓ ନିମ୍ନ ହସ୍ତଟି ବରମୁଦ୍ରା । ଏହାଙ୍କ ବସ୍ତ୍ର ଓ ଅଳଙ୍କାର ସବୁ ଶୁଭ୍ର । ଦେବୀ ଶାନ୍ତରୂପୀ ଶୁଭଙ୍କରୀ ।
ରେବେତ ବୃଷେ ସମାଋଢ଼ା ଶ୍ୱେତାମ୍ବରୀ ଶୁଚିଃ ।
ମହାଗୌରୀ ଶୁଭଂ ଦ୍ମନ୍ମ ମହାଦେବ ପ୍ରମୋଦଦା ।ା
ନବମ ଦିବସରେ ମା’ ସିଦ୍ଧଦାତ୍ରୀ ଭାବେ ପୂଜା ପାଆନ୍ତି । ସେ ସକଳ ସିଦ୍ଧିର ମୂଳ । ଏଣୁ ସିଦ୍ଧଦାତ୍ରୀ । ମାର୍କେଣ୍ଡୟ ପୁରାଣ ମତେ ସେ ଆଠ ପ୍ରକାର ସିଦ୍ଧପ୍ରଦାନ କରନ୍ତି । ଯଥା ଅଣିମା, ମହିମା, ଗାରିମା, ଲଘିମା, ପ୍ରାପ୍ତି, ପ୍ରାକାଭ୍ୟ, ଇଶିତ୍ୱ ଏବଂ ବଶିତ୍ୱ ଇତ୍ୟାଦି । ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏସବୁନେଇ ଅଠରଟି ସିଦ୍ଧିର ଆଧାର । ଦେବୀଙ୍କର ବାହନ ସିଂହ । ସେ ଚର୍ତୁଭୁଜା, ପଦ୍ମ‘ୁଲ ଉପରେ ଆସୀନ । ଡାହାଣ ଉପର ହସ୍ତରେ ଗଦା ଓ ତଳ ହସ୍ତରେ ଚକ୍ର ଏବଂ ବାମପଟ ଉପର ହସ୍ତରେ ପଦ୍ମପୁଷ୍ପ ଓ ତଳହସ୍ତରେ ଶଂଖ । ମା’ ସର୍ବସିଦ୍ଧିର ମୂଳ, ପରମପାଦର ଆଶ୍ରୟସ୍ଥଳ ।
ସିଦ୍ଧ ଗନ୍ଧର୍ବଯକ୍ଷା ଧୌରସୁରୈରମରୈରପି
ସେବ୍ୟମାନା ସଦା ଭୂୟାତ୍ ସିଦ୍ଧଦା ସିଦ୍ଧିଦାୟିନୀ ।
… ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।ା

ଅ୍ମକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ