ନାଉଗାଁରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

ନାଉଗାଁ, (ଓ୍ବାଇଏନ୍ଏସ୍) : ମହାନ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମର ପୁରୋଧା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ଲତିଥିରେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସମାଜସେବୀ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ଜନସ୍ୱାର୍ଥ କମିଟିର ସଭାପତି ବଂଶୀଧର ବେହେରା, ଏସୟୁସିଆଇ(କମ୍ୟୁନିଷ୍ଠ)ର ମହେଶ୍ୱର ଦାସ, ଏଆଇକେକେଏମଏସ ପକ୍ଷରୁ ଅଜିତ କାଣ୍ଡି, ବାବାଜୀ କାଣ୍ଡୀ, କିଶୋର ସଂଗଠନ କମସୋମଲ ପକ୍ଷରୁ ସୂର୍ଯ୍ୟାଂଶ ବିଦ୍ୟା ସାଗର, ପ୍ରିୟତମା ସ୍ୱାଇଁ, ସ୍ନେହଲତା ସ୍ୱାଇଁ, ବିଜୟଲକ୍ଷ୍ମୀ ମହାରଣା , ସାଇ ବିଘ୍ନେଶ ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ନାଉଗାଁ ବାଜରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନ ସଂଗ୍ରାମ ସଂର୍ପକରେ ଆଲୋଚନା କରିଥିଲେ । ସେହିପରି ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଜୟନ୍ତୀ ପାଳିତ ହୋଇଯାଇଛି । ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଉପସଭାପତି ନିରଂଜନ ମହାନ୍ତି, ସଂପାଦକ ଅଧ୍ୟାପକ ସରୋଜ କୁମାର ନାୟକ, ନାଉଗାଁ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବାର୍ଷିକ ପ୍ରତିକାର ସହ ସଂପାଦକ ସୁକାନ୍ତ କୁମାର ଲେଙ୍କା, ସମାଜସେବୀ ପ୍ରସନ୍ନଜିତ ସାହୁ, ମନୋରଂଜନ ପରିଡା ପ୍ରମୁଖ ସାମିଲ ହୋଇ ଉତ୍କଳମଣୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ମୁଣ୍ଡାଳ ପୂଜ୍ୟପୂଜା ପରିଷଦ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ବେହେରା, ଆଇନଜୀବି ପ୍ରମୋଦ ସ୍ୱାମୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତରଂଜନ ପରିଡା, ସାମଜସେବୀ ଶ୍ରୀନିବାସ ଦାଶ, ଅଜୟ କୁମାର ବେହେରା, ସାମ୍ବାଦିକ ପ୍ରଦୋଷ ମହାନ୍ତି ପ୍ରମୁଖ ଯୋଗ ଦେଇ ଅଲଣାହାଟ ହାଇସ୍କୁଲର ପରିସରରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତରେ ମାଲ୍ୟାର୍ପଣ କରିବା ସହିତ ଉତ୍କଳମଣୀଙ୍କର ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ