ଲଖିମ୍‌ପୁର ଖେରି ଚାଷୀ ହତ୍ୟା ମାମଲା: ଆଶିଷ ମିଶ୍ରା ଗିରଫ

ଳଖିମ୍‌ପୁର: ଦେଶରେ ଚର୍ଚିତ ଘଟଣା ଭାବେ ଲଖିମ୍‌ପୁର ଖେରି ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ ହୋଇଛନ୍ତି । ଜେରା ପରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେ ତଦନ୍ତ ବେଳେ କ୍ରାଇମବ୍ରାଞ୍ଚକୁ ସହାୟତା କରିନଥିବା ସୂଚନା ମିଳିଛି। ତାଙ୍କୁ  କୋର୍ଟରେ ହାଜର କରାଯିବ ବୋଲି ସାହାରନପୁର ଡିଆଇଜି କହିଛନ୍ତି। ଘଟଣା ଘଟିବା ପରେ ସେ ନିଖୋଜ ହୋଇଯାଇଥିଲେ ଅର୍ଥାତ୍‌ ତାଙ୍କୁ ପୋଲିସ ଖୋଜି ପାଇନଥିଲା। ବାରମ୍ବାର ଘରକୁ ଯିବା ପରେ ମଧ୍ୟ ସେ ଘରେ ନଥିବା ପରିବାର ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଯାହା ଫଳରେ ପୋଲିସ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ନୋଟିସ୍‌ ଲଗାଇଥିଲା। ଆଶିଷଙ୍କ ଆସିବା ନେଇ ପ୍ରାକ୍‌ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍‌ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଚାଷୀ ନେତାଙ୍କ ଅଭିଯୋଗ ଅନୁସାରେ ଅକ୍ଟୋବର ୩ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଥିଲେ। ତେବେ ସେ ଗାଡ଼ିରେ ଥିଲେ ନା ନାହିଁ, ଯଦି ଥିଲେ ତେବେ ତାଙ୍କ ସହ କେତେ ଜଣ ଗାଡ଼ିରେ ଥିଲେ। ଯଦି, ସେ ଗାଡ଼ିରେ ନଥିଲେ ତେବେ ସେହି ସମୟରେ ସେହି ଗାଡ଼ିରେ ଆଉ କିଏ ଥିଲେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଆଶିଷଙ୍କଠୁ ସବିଶେଷ ତଥ୍ୟ ଉଗାଳିଛି। ତେବେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ