ଫେରିଯିବ ମୌସୁମୀ

ଭୁବନେଶ୍ବର, (ୱାଇଏନ୍‍ଏସ୍‍): ମୌସୁମୀର ଆଗମନ ପରେ ଏହାର ଗମନର ବେଳ ଆସିଛି । ଓଡ଼ିଶାରୁ ଫେରିଯିବାକୁ ବସିଛି ମୌସୁମୀ । ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ଫେରିଲାଣି ମୌସୁମୀ । ତେବେ ଆସନ୍ତା ୩ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ମୌସୁମୀ ଫେରିଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଉତ୍ତର ଆଣ୍ଡାମାନ-ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତି ସମୟରେ ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସହ ଅଧିକ ଘନୀଭୁତ ହୋଇ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପାଗ ଅନୁକୂଳ ରହିଲେ ଅବପାତ ପରେ ଗଭୀର ଅବପାତର ରୂପ ନେବାର ଅଧିକ ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ