ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ଗଂଜାମ, (ବିନୋଦ ପଲେଇ): ଯୁବ ସ୍ୱେଚ୍ଛାସେବୀ, ସାମ୍ବାଦିକ, ଭରସା ଅନୁଷ୍ଠାନର ସମ୍ପାଦକ ତଥା ଗଂଜାମ ମିଡିଆ ହାଉସ ର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପବ୍ଲିକ ରାଇଟ ଆସୋସିଏସନ, ଓଡିଶା ତରଫରୁ ,ଭିଡ଼ିଓ କନଫେରେନସ ମାଧ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱର ଉତ୍ତର ଓ ମଧ୍ୟମ୍ ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ଉତ୍ସର୍ଗୀକୃତ ସେବା , ପାଇଁ ” କରୋନା ଯୋଦ୍ଧା ସମ୍ମାନରେ ” ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ପବ୍ଲିକ ରାଇଟ ଆସୋସିଏସନ ,ଓଡ଼ିଶାର ଉପସଭାନେତ୍ରୀ ଆଇନଯିବି ଜ୍ୟୋତିର୍ମୟୀ ପଣ୍ଡା ସଂଯୋଜନା କରିଥିଲେ। ଦୁର୍ଗା ମାଧବଙ୍କୁ ଏହି ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ