ବ୍ଲାକଆଉଟ୍‌ ହୋଇଯିବ ଭାରତ

ନୂଆଦିଲ୍ଲୀ: ଅଧା ଭାରତ ବ୍ଲାକଆଉଟ୍‌ ହୋଇଯିବ । ଚରମ ସୀମାରେ ପହଂଚିଛି ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ଯୋଗୁଁ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ରାଜ୍ୟଗୁଡିକର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ଷ୍ଟକ୍ ଅଛି। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଅଧା ଭାରତ ବ୍ଲାକଆଉଟ୍‌ ହୋଇଯିବ। କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ ଏହି ରାଜ୍ୟଗୁଡିକ କେନ୍ଦ୍ର ସରକାର ଏବଂ ଶକ୍ତି ମନ୍ତ୍ରଣାଳୟକୁ ଗୁହାରି କରିଛନ୍ତି। ଯଦି ଏହି ସମସ୍ୟା ସମାଧାନ ନହୁଏ ତେବେ ସେମାନଙ୍କୁ ବ୍ଲାକ ଆଉଟ୍‌ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ସେପଟେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍‌ ଆରମ୍ଭ ହୋଇଯାଇଛି। ତେବେ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଖୁବଶୀଘ୍ର ଏହି ସଙ୍କଟ ଦୂର ହୋଇଯିବ ବୋଲି ଶକ୍ତି ମନ୍ତ୍ରଣାଳୟ ଦାବି କରିଛି। କୋଇଲା ମନ୍ତ୍ରଣାଳୟ ମଧ୍ୟ ସପ୍ତାହରେ ଦୁଇଥର କୋଇଲା ଷ୍ଟକ୍ ସମୀକ୍ଷା କରିବା ପାଇଁ ଦୁଇଟି ଟିମ୍‌ ଗଠନ କରିଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ