ଏସିଏଫ୍ ମୃତ୍ୟ ମାମଲାର ନୁଆ ମୋଡ,ବିଦ୍ୟା ବନ୍ଧା ହେବେ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ନେଇ କ୍ରାଇମବ୍ରାଞ୍ଚ ପର୍ଦାଫାସ କରିଛି । ଘଟଣାରେ ଅତି ତୁରନ୍ତ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ବନ୍ଧା ହେବେ ବୋଲି କ୍ରାଇମବ୍ରାଞ୍ଚ ଏଠାରେ ସୁଚନା ଦେଇଛି । ଏଥି ସହ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଦୌରାଜର୍ଜଙ୍କ କୋର୍ଟରେ ୮୧ଜଣ ସାକ୍ଷଙ୍କ ଠାରୁ ବୟାନ କରାଯାଇଥିବା ୩୦୦ପୃଷ୍ଠାର ଚାର୍ଜସିଟ କ୍ରାଇମବ୍ରାଞ୍ଚ ଦାଖଲ କରିଛି । ଏହି ମାଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ୍ ଚିଟ୍ ମିଳିଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ସୌମ୍ୟଙ୍କ ମୃତ୍ୟୁରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏପରିକି ଡିଏଫଓଙ୍କ ସହିତ ବିଦ୍ୟା ଭାରତୀଙ୍କ ସମ୍ପର୍କ ନେଇ କୌଣସି ପ୍ରମାଣ ପାଇନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲିଏଡିଜି କହିଛନ୍ତି । ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି । ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିବା ବେଳେ କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ତେଣୁ ଦୁର୍ଘଟଣାରେ ଡିଏଫ ଓ ସଂଗ୍ରାମ ବେହେରା କିମ୍ବା ରୋଷେୟା ମନ୍ମଥ କୁମ୍ଭଙ୍କ କୌଣସି ସମ୍ପୃକ୍ତି ନଥିଲା ବୋଲି କହିଛି କ୍ରାଇମବ୍ରାଞ୍ଚ । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡିଛି ବୋଲି ଏଡିଜି ସଞ୍ଜିବ ପଣ୍ଡା ସୁଚନା ଦେଇଛନ୍ତି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ତେଣୁ ବିଳମ୍ବିତ ରାତ୍ରରେ କ୍ରାମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ତଦନ୍ତ ଅଧିକାରୀ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର ପାରଳାଖେମୁଣ୍ଡିରେ ପହଂଚି କୋର୍ଟରେ ଚାର୍ଜ ସିଟ ଦାଖଲ କରିଛନ୍ତି । ଘଟଣାରେ ୮୧ ଜଣଙ୍କୁ ଜେରା କରିଥିବା ବେଳେ ସମସ୍ତଙ୍କ କଲରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଏସ୍‌ଏଫଏସ୍‌ଏଲର ରିପୋର୍ଟ, ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆଦି ସହ ୩୦୦ପୃଷ୍ଠାର ଚାର୍ଜସିଟ୍ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ଗତକାଲି ଏଠାରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ