୬ ଗୋଟି ପଞ୍ଚାୟତରେ ଵିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଵାଣ୍ଟିଲେ କ୍ରୀଡ଼ାମନ୍ତ୍ରୀ, ଦୂରହେବ ସ୍ୱାସ୍ଥ୍ୟ ସମସ୍ୟା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବୁଧବାର କୋଣାର୍କ ନିକଟସ୍ଥ ଅଚୁତପୁର , ସୁତନ , ତରୋକର ,ବାଙ୍ଗୋର ,କୁରୁଜଙ୍ଗ ଓ କାଦୁଆ ଆଦି ୬ଟି ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ରେସନ୍ କାର୍ଡ ହିତାଧିକାରୀଙ୍କୁ ଵିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଵିତରଣ କରିଛନ୍ତି । ଏହି ଅବସରରେ ଆୟୋଜିତ ସମାଵେଶରେ ଯୋଗଦେଇଥିଵା ଶତାଧିକ ମହିଳା ହିତାଧିକାରୀଙ୍କୁ ମନ୍ତ୍ରୀ ଉଦ୍ଵୋଧନ ଦେଵା ସହ ଏହି ସ୍ୱାସ୍ଥ୍ୟ କାର୍ଡର ଉପଯୋଗୀତା ସଂପର୍କରେ ଅଵଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ନାୟକ ଓ କାକଟପୁର ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ ଏବଂ ଯୋଗାଣ ବିଭାଗ ଅଧିକାରୀ ସୁଧାକର ମଲ୍ଲିକ ଉପସ୍ଥିତ ଥିଲେ । ୬ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ , ସମିତି ସଭ୍ୟ , ସିଆରସିସି , ଜିଅରସେସ , ପ୍ରଧାନଶିକ୍ଷକ , ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହି ସୁଚାରୁ ରୁପେ ହିତାଧିକାରୀ ମାନଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । କୋଭିଡ ଗାଇଡ଼ ଲାଇନ କୁ ମାନି ମାକ୍ସ ବ୍ୟବହାର ଓ ଶାନ୍ତି ଶୃଙ୍ଖଳା ପାଇଁ କୋଣାର୍କ ପୋଲିସ ମେରାଇନ ପୋଲିସ ରାମଚଣ୍ଡୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ