ମଢିଆଳ ଦୁର୍ଗା ମଣ୍ଡପରେ କୋଭିଡ ନିୟମ ଖିଲାପ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ମଢିଆଳ ବଜାରରେ ଥିବା ଦୁର୍ଗା ମଣ୍ଡପରେ ବୁଧବାର କୋଭିଡ ନିୟମକୁ ଖିଲାପ କରାଯାଇ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ମଣ୍ଡପରେ ତାଲା ପକାଇଦେବା ସହ ସଂପୃକ୍ତ ମଣ୍ଡପର ପୂଜକଙ୍କୁ ଥାନାକୁ ନେଇଯାଇଥିଲା । ଫଳରେ ପୂଜା ବନ୍ଦ ହୋଇଯିବାରୁ ସ୍ଥାନୀୟ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ସମେତ ଭକ୍ତମାନେ ଏହାର ପ୍ରତିବାଦରେ ସେହି ରାସ୍ତାରେ ରାସ୍ତାରୋକ କରିଥିଲେ । କିଛି ଘଣ୍ଟା ଥାନାରେ ଅଟକ ପରେ ପୂଜକଙ୍କୁ ପୋଲିସ ଛାଡିଦେବା ପରେ ଏବଂ ପୂଜା ମଣ୍ଡପରୁ ତାଲା ଖୋଲିଦେବାରେ ରାସ୍ତା ରୋକ ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ ଏନେଇ ପୋଲିସ ପକ୍ଷରୁ ସଂପୃକ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ