ସାପ କାମୁଡାରେ ବୃଦ୍ଧଙ୍କ ଅକାଳ ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ନିକଟ ସାରୁମାହା ସ୍ଥିତ ବିଲ ମାଳରେ ବୃଦ୍ଧାଙ୍କର ମୃତ ଦେହ ମିଳିଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜୁଡାବାଡ଼ି ଗ୍ରାମର କୁମୁଟି ନାୟକ(୬୦) । ଗତ ଦୁଇ ଦିନ ତଳେ କୁମୁଟି ନାୟକ ଙ୍କୁ ଏକ ଡାଳ ସାପ କାମୁଡ଼ିଥିବା ବେଳେ ଉକ୍ତ ସାପକୁ କୁମୁଟି ନିଶାଶକ୍ତ ଅବସ୍ଥାରେ ଥିବାରୁ ଉକ୍ତ ସାପକୁ କୁମୁଟି ନାୟକ କାମୁଡ଼ିଥିଲେ । ଏପରିକି ଉକ୍ତ ସାପକୁ ବେକରେ ପକାଇ ସିମନବାଡ଼ି ବଜାର ସମେତ ବିଭିନ୍ନ ସାହିରେ ବୁଲିଥିଲେ । ମଙ୍ଗଳବାର ଦିନ ସାପ ବିଷ ପ୍ରଭାବରେ କୁମୁଟି ନାୟକ ବାୟା ପାଗଳ ଭଳି ବୁଲି ସନ୍ଧ୍ୟା ସମୟରେ ସାରୁମାହାର ଏକ ବିଲ ମାଳରେ ପଡ଼ିରହିଥିଲେ । ଏହା ଦେଖି କିଛି ଲୋକ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଫୋନ କରିଥିବା ବେଳେ ଅଗ୍ନିଶମ ବିଭାଗ ପହଂଚି ବୃଦ୍ଧଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ଥାନା ଅଧିକାରୀ କୌଶିକ ମାଝୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ