ମା’ଙ୍କ ଧରାବତରଣ ନେଇ ହାଟବାଦଡା ଉତ୍ସବ ମୂଖର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ରାଇରଙ୍ଗପୁର -ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ବ ହାଟବାଦଡା ପଞ୍ଚାୟତର ହାଟବାଦଡାରେ ମା’ଦୁର୍ଗତିନାଶିନୀଙ୍କ ୩୬ ତମ ଶାରଦୀୟ ପୂଜା କୋଭିଡ କଟକଣାକୁ ମାନି ହାଟବାଦଡା ଦୁର୍ଗାପୂଜା କମିଟି ତରଫରୁ ନିରାଡମ୍ବର ସହ ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ରୀତିନୀତି ଅନୁସାରେ ଚାଲିଛି । ଆକର୍ଷଣୀୟ ତୋରଣ କରାଯାଇନାହିଁକି ମନୋଲୋଭା ଆଲୋକ ସଜ୍ଜା କରାଯାଇନାହିଁ । ସୋମବାର ଷଷ୍ଠୀପୂଜା ଦିନ ବେଲବରଣ ,ମଙ୍ଗଳବାର ସପ୍ତମୀ ପୂଜା,ବୁଧବାର ମହାଷ୍ଟମୀପୂଜା ଓ ସନ୍ଧିପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସୀମିତ ପୂଜକ ଗଣେଶ୍ବର ଶତପଥୀ,ଭଗବାନ ଶତପଥୀ ଏବଂ ବାବୁଲୁ ନନା ପୂଜାବିଧି ନିର୍ବାହ କରିଥିଲେ ।ଗୁରୁବାର ଦିନ ମା’ଙ୍କ ମହାନବମୀ ଓ ଷୋଡଶ ଉପଚାର ପୂଜା କରାଯାଇ ଶୁକ୍ରବାର ଦିନ ଦଶମୀ ବିହିତ ପୂଜାର୍ଚନା କରାଯିବ ।ଶ୍ରଦ୍ଧାଳୁମାନେ ଗତ ଦେଢ ବର୍ଷର କରୋନାର ମହାପ୍ରକୋପର ଅନୁଭୂତି ନେଇ ସରକାଳଙ୍କ ଗାଇଡ ଲାଇନକୁ ଶୃଙ୍ଖଳାର ସହ ପାଳନ କରି ମା’ଙ୍କ ପାଖରେ ପୂଜାର୍ଚନା କରିଥିଲେ ।ନିଜର ପରିବାରର,ସମାଜର ଓ ବିଶ୍ବ ସମାଜର ମଙ୍ଗଳ ହେଉ,କରୋନା ଦୂର ହେଉ,ସ୍ବାଭାବିକ ଅବସ୍ଥା ଫେରୁ ଓ ସମସ୍ତେ ସୁସ୍ଥ ହୋଇ ନିଜର କର୍ମ ସଂସ୍ଥାରେ ନିୟୋଜିତ ହେବା ନେଇ ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ ।କାର୍ଯ୍ଯକ୍ରମକୁ ପୂଜା କମିଟିର ସଭାପତି -ବିପ୍ଳବ ଗିରି,ସଂପାଦକ-ମନୋଜ ସାହୁ(ବୁଲା),କୋଷାଧ୍ଯକ୍ଷ-ସୁବଳ ଚନ୍ଦ୍ର ଦେ,ମଥ ଗିରି,ପାର୍ଥ ସାରଥୀ ଗିରି,ପଙ୍କଜ ସାହୁ,ଜୟପ୍ରକାଶ ସାହୁ,ଜାମିନୀକାନ୍ତ ସାହୁ,ବାବୁଲୁ ଦେ,ବରିଷ୍ଠ ସାମ୍ବାଦିକ ସୁଜିତ ଶତପଥୀ ଏବଂ ଅନ୍ଯ ପୂଜାକମିଟି ସଦସ୍ଯମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।କୋଭିଡ କଟକଣାରେ ପାଳିତ ହେଉଥିବା ଦୁର୍ଗାପୂଜାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଇରଙ୍ଗପୁର ରୁରାଲ ଥାନା ଅଧିକାରୀ ଶୁଭେନ୍ଦୁ ମହାନ୍ତି ଏବଂ ହାଟବାଦଡା ଫାଣ୍ଡି ଅଧିକାରୀ କଡାସୁରକ୍ଷା ବ୍ଯବସ୍ଥା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ