ରାଇରଙ୍ଗପୁର ଅବକାରୀ ପକ୍ଷରୁ ଚଢାଉ;ବାଇକ ସହ ୧୦୪ ଲି ଦେଶୀମଦ ଜବତ ସହ ୫ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ବର୍ତ୍ତମାନ ଚାଲିଛି ପାର୍ବଣ ରୁତୁ । ପାର୍ବଣ ରୁତୁ ନେଇ ସାରା ପଲ୍ଲିରୁ ସହର ସବୁଠି ଚଳ ଚଂଚଳ । ଛୁଟି ମନାଇବାକୁ ଘରୁ କାମଧନ୍ଦା ପାଇଁ ଯାଇଥିବା ବଂଧୁ ବାନ୍ଧବ କୁଟୁମ୍ବ ଛୁଟି କଠାଇବାକୁ ଘରକୁ ଫେରି ଆସିଛନ୍ତି । ଏହାର ସୁଯୋଗ ନେଇ ମଦ ମାଫିଆମାନେ ତାଙ୍କର କାୟା ବିସ୍ତାର କରିଛନ୍ତି । ଗାଁ ଗଣ୍ଡାର ବେକାର ଯୁବକମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଗାଁ ଗଣ୍ଡାରେ ମଦ ବିକ୍ରିକୁ ବିଭିନ୍ନ ତରିକାରେ ବିକି ଚାଲିଛନ୍ତି । ମଦ ମଫିଆମାନେ ସେମାନଙ୍କର ବେପାର ବଢାଇ ଚାଲିଛନ୍ତି ।ଏଭଳି ଘଟଣା ଦେଖବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦୪ ଲି ଦେଶୀ ମଦ ସହ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଅବକାରୀ ବିଭାଗ ଏଏସଆଇ ବିଶ୍ବନାଥ ମହାନ୍ତ,ଏଏସଆଇ ସମବାରି ମାରାଣ୍ଡି,ଯଶବନ୍ତ ନାଏକ,ଗୌତମଦେବ ମହାନ୍ତ,ଦୀପକ ଟୁଡୁ,ବୁଦ୍ଧଦେବ ମହାନ୍ତ,ଚୂଡାମଣି ସିଂ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ