ଗଂଜାମ ଝିଅର କମାଲ ଜାତୀୟ ସ୍ତରୀୟ

ଗଂଜାମ, (ବିନୋଦ ପଲେଇ):ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ “Teena Tira Queen ” ସିଜେନ (୫)ର runer up ହୋଇଛନ୍ତି ,ଗଂଜାମ ର ସାବୁଳିଆ ଝିଅ ସ୍ମିତା ରାଣୀ ପଣ୍ଡା,। ଯାହା ଗଂଜାମ ଜିଲ୍ଲାସହ ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି। ଗଂଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମର ମହାବୀର କାଜୁ ପ୍ରୋସେସିଙ୍ଗ ର ମାଲିକ ତଥା ବିଶିଷ୍ଟ କାଜୁ ବ୍ୟବସାୟି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ପ୍ରୋପାଇଟର ମିନାରାଣୀ ପଣ୍ଡାଙ୍କ ଝିଅ ହେଉଛନ୍ତି, ସ୍ମିତାରାଣୀ । ଗୁଜୁରାଟର ଅହମ୍ମଦାବାଦ ଠାରେ ଜାତୀୟ ସ୍ତରୀୟ ମଡେଲ ସୁଭାଙ୍ଗିଙ୍ଗ ” ଙ୍କ Teen Tira Queen ” ପ୍ରଯୋଜନାରେ ଆୟୋଜିତ ଜାତୀୟ ସ୍ତରିୟ ସୁନ୍ଦର ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ୪୦ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ, ଓଡ଼ିଶାରୁ ଭାଗ ନେଇଥିବା ଦୁଈଜଣଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସ୍ମିତାରାଣୀ ଭାଗନେଇଥିଲେ। ଏହି ପ୍ରତିଯୋଗୀତାରେ ବିଚାରକ ଭାବେ ସ୍ଵନାମଧନ୍ୟ ମଡେଲ ଆଇତ୍ରୀ, ଭାସ୍ୱତି ଓ ସୁଭାଙ୍ଗି ଯୋଗଦେଇଥିଲେ ।ଏଥିରେ ସ୍ମିତାରାଣୀ 2nd ରନର୍ସ ଅଫ ଟାଇଟଲ ହାସଲ କରିଥିଲେ । ସ୍ମିତା ବର୍ତ୍ତମାନ ଗଂଜାମ ସ୍ଥିତ ଜୟଶ୍ରୀ ଇଂରାଜୀ ମିଡିୟମ ସ୍କୁଲରେ ମେଟ୍ରିକ ବିଦ୍ୟାର୍ଥୀ ହୋଇଥିବା ବେଳେ , ବିଭିନ୍ନ ସମୟରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇଛନ୍ତି। ଏହା ବେତିତ କ୍ରୀଡ଼ା କ୍ଷେତରେ ମଧ୍ୟ ଜାତୀୟ ସ୍ତରରେ ଖୋକ ପ୍ରତିଯୋଗିତାରେ ଭାଗ ନେଇ ଚମ୍ପିୟାନ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି। ତତସହିତ ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ୟାଙ୍କରିଂ କରି ପ୍ରଶଂସିତ ହୋଇଛନ୍ତି । ରଜ କୁଇନ ,ଏବଂ ଜାତୀୟ ସ୍ତରୀୟ ଷ୍ଟାରନାଇଟ ପ୍ରୋଡ଼କସନରେ ବି ଭାଗ ନେଇ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଭବିଷ୍ୟତରେ IPS ଅଫିସର ହୋଇ ସେବା କରିବାର ତାଙ୍କର ଲକ୍ଷ୍ୟ ରଖିଥିବା ବେଳେ , ଏଥିପାଇଁ ପରିବାର ଲୋକେ ସଦାସର୍ବଦା ଉତ୍ସହ ଦେଉଥିବା କହିଛନ୍ତି ।ଗଛ ଲଗାଇବା ଓ ସମାଜସେବାକୁ ବ୍ରତ କରିଥିବା ବେଳେ , ସମୟ ବାହାର କରି ବିଭିନ୍ନ ଅନାଥ ଓ ବୃଦ୍ଧା ଆଶ୍ରମକୁ ଯାଇ ସେମାନଙ୍କ ସହ ସମୟ ବିତାଇଥାନ୍ତି ସେ । ନମ୍ର ବ୍ୟବହାର ଓ ମିଷ୍ଟାଭାଷୀ ପାଇଁ ସମସ୍ତଙ୍କର ପ୍ରିୟ ଥିବା ସ୍ମିତାଙ୍କୁ ଏତେ ଛୋଟ ବୟସରେ ଏତେ ବଡ଼ ସଫଳତା ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଥିବା ବେଳେ, ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ