ସୁଲେଇପାଟ ମୋଟର ଚାଳକ ସଂଘ ପକ୍ଷରୁ ୨୧ ୟୂନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର-କରୋନା ଭୟାବହତା ନେଇ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଦେଇଛି ।ଏହାକୁ ନେଇ ସୁଲେଇପାଟ ମୋଟର ଚାଳକ ସଂଘ ପକ୍ଷରୁ ରାଇରଙ୍ଗପୁର ରକ୍ତଭଣ୍ଡାର ପରିସରରେ ରକ୍ତଦାନ କାର୍ଯ୍ଯକ୍ରମ ସୁଲେଇପାଟ ମୋଟର ଚାଳକ ସଂଘର ସଭାପତି ବିଜୟ ମହାନ୍ତଙ୍କ ପ୍ରତ୍ଯକ୍ଷତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।ଏହାକୁ ମୟୂରଭଂଜ ଜିଲ୍ଲା ମୋଟର ଚାଳକ ସଂଘ ସଭାପତି ଲକ୍ଷ୍ମଣ ଟୁଡୁ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।ଏଥିରେ ୨୧ ଜଣ ମୋଟର କର୍ମଚାରୀ ରକ୍ତଦାନ କରିଥିଲେ ।ଏହି କାର୍ଯ୍ଯକ୍ରମରେ ରକ୍ତଭଣ୍ଡାର ଅଧିକାରୀ ଡଃ ପବିତ୍ର ପ୍ରତ୍ଯୁଷ ମିଶ୍ର ଏବଂ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।ସୁଲେଇପାଟ ମୋଟର ଚାଳ ସଂଘର ଏଭଳି ସାମାଜିକ କାର୍ଯ୍ଯକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ