ନିଜ ଜନ୍ମ ଦିନରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ କଲେ ଯୁବ ସମାଜସେବୀ ସୌମିକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରାଇରଙ୍ଗପୁର ସହରର ଯୁବ ସମାଜସେବୀ ସୌମିକ ଦାସ କାନୁନଗୋ (ଟିଟନ)ଙ୍କ ଜନ୍ମ ଦିନ । ନିଜର ଜନ୍ମ ଦିନରେ ସେ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଏବଂ ମା’ଦୁର୍ଗାଙ୍କୁ ମଣ୍ଡପରେ ପୂଜାର୍ଚନା କରିଥିଲେ । ସମାଜରୁ କରୋନା ହଟୁ, ସ୍ବାଭାବିକ ଅବସ୍ଥା ଫେରୁ, ସମସ୍ତେ ସୁସ୍ଥ ରୁହନ୍ତୁ, କର୍ମ ସଂସ୍ଥାକୁ ଆଗେଇ ନେଇ ଆର୍ଥିକ ସ୍ବଛଳ ହୁଅନ୍ତୁ, ଚଳ ଚଂଚଳ ହେଉ ଗାଁରୁ ସହର ଏହକୁ ନେଆ ମା’ଦୁର୍ଗତୀ ନାଶିନୀଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପରେ ଆଧୁନିକତାର ଫେସନ ଜନ୍ମଦିନକୁ ଆଡେଇ ଦେଇ ନିଆରାଢଙ୍ଗରେ ଜନ୍ମଦିନକୁ ପାଳନ କରିଥିଲେ । ସେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ତାଙ୍କ ଶୁଭେଛୁଙ୍କ ସହ ଯାଇଥିଲେ । ସେଠାରେ ରୋଗୀ ଏବଂ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ଯ ଓ ଫଳ ବଣ୍ଟନ କରିଥିଲେ । ଅସହାୟ ରୋଗୀମାନେ ଟିଟନର ଏଭଳି ସାମାଜିକ ସେବା କାର୍ଯ୍ଯକୁ ରୋଗୀ ଓ କର୍ମଚାରୀ ଭୂରି ଭୂରି ପ୍ରଶଂସା କରିଥିଲେ । ଅସହାୟ ରୋଗୀମାନଙ୍କ ସହ କିଛି ମୁହୁର୍ତ୍ତ କାଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ