ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ୍ବ୍ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।

ବୃଷ :-ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।

ମିଥୁନ :-ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ ।

କର୍କଟ :-ଆଜି ଆପଣ ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ ,ସିଏ ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।

ସିଂହ :-ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।

କନ୍ୟା :-ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ଅଟେ ବିଶ୍ୱାସ, ଆପଣଙ୍କୁ ଏହା ଜାଣିବାକୁ ଉଚ଼ିତ୍ ଯେ ନିଜର ହିଁ ପ୍ରିୟଜନ ଯେକି ଆପଣଙ୍କୁ ଭଲ ପାଆନ୍ତି, ତଥାପି ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କରୁଛନ୍ତି କାହିଁକି ?

ତୁଳା :-ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ବିଛା :-ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଧନୁ :-ଆପଣଙ୍କ ଆତ୍ମନିର୍ଭରଶିଳ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ ।

ମକର :-ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।

କୁମ୍ଭ :-ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ମହତ୍ବପୂର୍ଣ୍ଣ ନିଷ୍ପତି ନେବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।

ମୀନ :-ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ