୧୦ କେଜିରୁ ଉର୍ଦ୍ଧ ଗଜେଂଇ ଜବତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବାଇକ ଯୋଗେ ଗଂଜେଇ ଚାଲାଣ ବେଳେ ଗଂଗଦାହାଟ-ତିରୁଣା ରାସ୍ତାରେ ନାଉଗାଁ ଥାନା ପୁଲିସ ଧରିବାରେ ସଫଳ ହୋଇଛି । ଏଥିରେ ସଂପୃକ୍ତି ଥିବା ବାଲିକୁଦା ଥାନା ଇଶ୍ୱରପୁର ଗ୍ରାମର ପ୍ରମୋଦ ଲେଙ୍କାଙ୍କ ପୁଅ ମନୋଜ ଲେଙ୍କାଙ୍କୁ ପୁଲିସ ଗିରଫ କରି ଥିବା ବେଳେ ତାକୁ ସହଯୋଗ କରୁଥିବା ତାର ମାଆ ଝରଣା ଲେଙ୍କା ଓ ସାଂଗ ସୋନୁ ଦାସକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବ୍ୟବହାର କରିଥିବା ନାଲି ରଂଗର ହୁଣ୍ଡା ଆକ୍ଟିଭା ସହ ମୋବାଇଲ ଫୋନ ଓ ୧୦ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଛି । ସୂଚନା ଅନୁସାରେ ନାଉଗାଁ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ଶିଖରଘାଟ ପୋଲ ଆଡୁ ବାଲିକୁଦା ଅଂଚଳକୁ ଗଂଜେଇ ଆଣି ଆସୁଥିବା ଗୁରୁବାର ଥାନା ଏସଆଇ ବିଭୁତି କୁମାର ବିଶ୍ୱାଳ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ଏସଆଇ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଂଗଦାହାଟ-ତିରୁଣା ରାସ୍ତାରେ ଜଗି ରହିଥିଲେ । ଏହି ରାସ୍ତା ଦେଇ ଯାଉଥିବା ଗାଡିକୁ ଯାଂଚ କରିଥିଲେ । ଏହି ଯାଂଚ ସମୟରେ ସଂପୃକ୍ତ ଯୁବକ ନିକଟରୁ ୧୦ କିଲୋ ୫୦୦ଗ୍ରାମ ଗଂଜେଇ ଜବତ କରିବା ସହିତ ତାକୁ ଗିରଫ କରିଥିଲେ । ସଂପୃକ୍ତ ଯୁବକକୁ ଗଂଜେଇ ବେପାରରେ ସହଯୋଗ କରୁଥିବା ତାର ମାଆ ଓ ସାଂଗକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ