ରାଇରଙ୍ଗପୁରରେ ବିଜେଡିର ମହାମିଶ୍ରଣ ପର୍ବ, ଶତାଧିକ ଝାମୁମୋ ଓ ଅନ୍ୟ ଦଳର କର୍ମି ଶଙ୍ଖ ଧରିଲେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶାରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲାପରେ ବିଭିନ୍ନ ରାଜନୈତିକ ଦଳଙ୍କ କାର୍ଯ୍ୟଧାରା ସକ୍ରିୟ ହୋଇଉଠିଛି । ଏହାକୁ ସବୁଦଳ ସଂଗଠନକୁ ସୁଦୃଢ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଚାଲିଛନ୍ତି । ସାଂଗଠନିକ କାର୍ଯ୍ୟକ୍ରମରେ ବିଜେଡି ଆଗରେ ଅଛି । ସୋମବାର ଦିନ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ପୂର୍ଣଚନ୍ଦ୍ର‌ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷିକା ପିଙ୍କି କାନୁନଗୋଙ୍କ ସଭାପତିତ୍ୱରେ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ସାଳସକଣା-ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ଯବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ,ସହ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ,ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ, ମହିଳା ବିଜେଡି ସଭାପତି ତନୁଜା ମହାନ୍ତ,ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି, ସରକାରୀ ଏପିପି ପଙ୍କଜ ଦାସ, ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡୀ,ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ବିଜେଡି,ରତିକାନ୍ତପରୀକ୍ଷା,ରାଇରଙ୍ଗପୁର ନଗର ବିଜେଡି ସଭାପତି ପ୍ରଭାତ ପଟନାୟକ, ବିଶିଷ୍ଟ ପୂର୍ବତନ ଝାମୁମୋ ବିଧାୟକ ପ୍ରାର୍ଥି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମିଶ୍ରଣ ପର୍ବରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ, ଅର୍ଜୁନ ହାଁସଦାଃ,ଗୋବିନ୍ଦ ଚନ୍ଦ୍ର ମୁର୍ମୁ,ସୁକୁମା ସିଂ,ଶାଙ୍ଖ,ବାସେନ ହାଁସଦା ଏବଂ ତାଙ୍କର ଶତାଧିକ କର୍ମି ଓ ଅନ୍ଯ ଦଳର କର୍ମିଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ । ଭାରତର ସବୁଠାରୁ ଶୃଙ୍ଖଳିତ ଓ ଲୋକାଭିମୁଖି ଆଂଚଳିକ ଦଳ ହେଉଛି ବିଜୁ ଜନତା ଦଳ । ବିଶିଷ୍ଟ ଯୁବ ଆଦିବାସୀ ନେତା ରାମଚନ୍ଦ୍ର ମୁର୍ମୁ କହିଥିଲେ ଓଡିଶାର ବିକାଶ ପାଇଁ ଏକମାତ୍ର ଦଳ ନବିନ ପଟନାୟକଙ୍କ ନେତୃତ୍ବର ବିଜେଡି ଦଳ ।ଗରିବ, ଖଟିଖିଆ, କୃଷକ, ମହିଳା, ଦିବ୍ୟାଙ୍ଗ, ବୟସ୍କ, ଅବହେଳିତ ମାନଙ୍କ ଓ ଓଡିଶାର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ । ଲୋକମାନଙ୍କୁ ସାହାଯ୍ୟ ଓ ସହାୟତା ଅଂଚଳର ବିକାଶ ପାଇଁ ବିଜେଡି ହିଁ ଏକମାତ୍ର ଉପଯୁକ୍ତ ଦଳ । ଏହି ଦଳରେ ମିଶି ମୁଁ ଗର୍ବିତ ଓ ଅଧିକ ଲୋକଙ୍କର ସେବା କରି ପାରିବି ବୋଲି କହିଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଓ ମୟୂରଭଂଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ମାର୍ଗଦର୍ଶନରେ ସେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ।ଦଳର ଜଣେ ଶୃଙ୍ଖଳିତ ସୈନିକ ହୋଇ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ମୁଖ୍ୟ ଅତିଥିଗଣ ନବିନ ସରକାରଙ୍କ ଜନ କଲ୍ୟାଣ ଯୋଜନା ଓ ଦଳର ସଂଗଠନକୁ ସୂଦୃଢ କରିବା ପାଇଁ ନୂତନ କର୍ମି ମାନଙ୍କୁ ନିବେଦନ କରିଥିଲେ । ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମି ପ୍ରସ୍ତୁତ ହେବା ପାଇଁ କୁହାଯାଇଥିଲା । ଦଳର ଦିନକୁ ଦିନ କଳେବର ବୃଦ୍ଧି ପାଉଥିବାରୁ ଦଳୀୟ କର୍ମି ମହଲରେ ଉତ୍ସାହ ଦେଖାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ