ସ୍ୱର୍ଗତ କବି ଦିଲ୍ଲୀପ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର, (ସନ୍ତୋଷ ଜେନା):ଭଞ୍ଜନଗର ସାଂସ୍କୃତିକ ପରିଷଦ ଏବଂ ଆନନ୍ଦ ସଂଗୀତାୟନ ତରଫରୁ କବି ୰ଦିଲ୍ଲୀପ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଡ଼ିଫେନ୍ସକଲୋନୀସ୍ଥିତ ଲାବଣ୍ୟବତୀ କଳାମଣ୍ଡପରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା । ଆନନ୍ଦ ସଂଗୀତାୟନର ସମ୍ପାଦକ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ପରେ ଉଦ୍‌ଘାଟକ ବରିଷ୍ଠ ସାହିତ୍ୟିକ ସୋମନାଥ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ସ୍ୱର୍ଗତ କବି ଦିଲ୍ଲୀପ ଦାସଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରି ୧ମି. ନୀରବ ପ୍ରାର୍ଥନା କରିଥିଲେ । ଭଞ୍ଜନଗରର ସହରର ବହୁ ବରିଷ୍ଠ ସାହିତ୍ୟିକ ଯୋଗ ଦେଇ ସ୍ୱର୍ଗତ ଦାସଙ୍କୁ ନିଜର ବକ୍ତବ୍ୟରେ ତାଙ୍କରି ଅମର କୃତିର ଆଲୋକପାତ କରିଥିଲେ । ଗବେଷକ ଡଃ କମ୍ବୁପାଣି ସାମନ୍ତ, ଡ. ସୁରେଶ ଚନ୍ଦ୍ର ପଣ୍ଡା, କବି ପ୍ରଶାନ୍ତ ମହାନ୍ତି, ଡ. ଗୁରୁମୂର୍ତି ନାୟକ, ସାମ୍ବାଦିକ ନେତାଜୀ ବିଷୋୟୀ ଏବଂ କବି ବିମ୍ବାଧର ଷଡ଼ଙ୍ଗୀ ସ୍ୱର୍ଗତ ଦାସଙ୍କୁ ସ୍ମୃତିକୁ ସାଉଁଟିଥିଲେ । କବି ପ୍ରଶାନ୍ତ ମହାନ୍ତି ସ୍ୱର୍ଗତ ଦାସଙ୍କ ସାହିତ୍ୟ କୃତି, କାବ୍ୟା, ବିଲୁପ୍ତ ସାମ୍ରାଜ୍ୟ, ସୁଦୁରୁ ଅନେକ ଦୁର ଏବଂ ନୀଳମାଧବ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ. ସୁରେଶ ଚନ୍ଦ୍ର ପଣ୍ଡା ନିଜର ବକ୍ତବ୍ୟ ରଖି ଭାବ ବିହ୍ୱଳ ହୋଇଯାଇଥିôବାବେଳେ ଡ. କମ୍ବୁପାଣି ସାମନ୍ତ ତାଙ୍କର ନିରାଡ଼ମ୍ବର, ନରଳସ ଜୀବନଚର୍ଯ୍ୟା ତଥା ସାହାସ ଓ ନୈତିକ ମୂଲ୍ୟବୋଧ ଉପରେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସାହିତ୍ୟ ଜଗତରେ ସାଲିସ ବିହିନ ସଂଗ୍ରାମର ସେ ଥିଲେ ସେନାପତି ଏହି ମର୍ମରେ ସମସ୍ତ ବକ୍ତା ସ୍ୱୀକାର କରି ସେ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସୁଶ୍ରୀ ସୁଧାଂଶୁରାଣୀ ଜେନା ଏବଂ ଦିବାକର ପ୍ରଧାନ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ