କୁଆଁର ପୁନେଇ ଚାନ୍ଦ

କୁଆଁର ପୁନେଇ ଚାନ୍ଦ
ସସ୍ମିତା ମହାପାତ୍ର
ନିର୍ମଳ ଅମ୍ବୁଜ ତୋଫା ଜହ୍ନ ହସ
କଇଁଫୁଲ ଭରା ନୀଳ ସରସୀ
ଜହ୍ନିଫୁଲ ଧାଡ଼ି କହିଦିଏ ଖୋଲି
କୁଆଁର ପୁନେଇ ଆସୁଛି ।
ମୋ ଗ୍ରାମ ଭୂଇଁର
ପାଣି ଓ ପବନ
ରହିଛି ତାକୁ ଅନାଇ
ପତ୍ର ଗହଳେ
ଅପରାଜିତାର ବାଡ଼େ
ଗୁଣ୍ଡୁଚି ଗଲାଣି ଧାଇଁ ।
କାଶଫୁଲ ଧରି ସ୍ୱାଗତ ଦୀପାଳି
ନାଚେ ଝୁଲିଝୁଲିକା
ନୂଆ ବସନ, ଟିକିଲି,
ଚିକିମିକି ଚୁଡ଼ି
ସଜାଡ଼ିଲାଣି ବାଳିକା ।
ସଂଜର ପରଶ ପୁନେଇ ଆକାଶ
ଝିଲିମିଲି ଚକାଚାନ୍ଦ
ଖେଳ, ନାଚ, ଗୀତ, ହରଷ ନିଶିଥ
ଦୁଲୁକଇ ଗାଁ ଦାଣ୍ଡ ।
ଜହ୍ନର ଜୋଛନା କରେ ଆନମନା
ଆଞ୍ଜୁଳାଏ ଖଇ ବିଞ୍ଚେ ତରୁଣୀ
ମନର ମେଖଳା ଗାଏ ପଲ୍ଲୀବାଳା
“କୁଆଁର ପୁନେଇଁ ଚାନ୍ଦ ଗୋ
ଫୁଲ ବଉଳ ବେଣୀ” ।
ସଙ୍ଗା ସାଥୀ ମେଳ
ସାହିବୁଲା ବେଳ
ସରସ ଚାନ୍ଦିନୀ ରାତି
ବାଣ୍ଟି ଦେଇ ପ୍ରୀତି ରୂପା ଜହ୍ନଟି
ସ୍ମୃତି ଫରୁଆରେ ରହେ ସାଇତି ।
ଖଂଜା ସାହି, ପାରଳାଖେମୁଣ୍ଡି, ଗଜପତି
ମୋ : ୯୩୪୮୧୭୨୪୫୦

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ