ଆମ୍ବୁଲାନ୍ସ କାଦୁଅରେ ଫସିଗଲା, ଛଟପଟ ହୋଇ ରୋଗୀର ଜୀବନ ଗଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫୋନ କଲ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁ କୁ ଯାଇପାରିଲାନି l କାଦୁଅ ରେ ଫସିଗଲା l ଫଳରେ ଛଟ ପଟ ହୋଇ ରୋଗୀ ର ପ୍ରାଣ ଗଲା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଦୁଲି ଖମାର ଗ୍ରାମରେ l ଏହି ଗ୍ରାମରେ ମହେନ୍ଦ୍ରାବଗର୍ତ୍ତୀ ନାମକ ଜଣେ ଵ୍ୟକ୍ତି ଏକାକୀ ରହୁଥିଲେ l ତେବେ ରବିବାର ତାଙ୍କ ଅବସ୍ଥା ହଠାତ ଗୁରୁତର ହୋଇଗଲା l ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ଫୋନକଲେ ଆଉ ଆମ୍ବୁଲାନ୍ସ ବି ଆସିଗଲା ଠିକ ସମୟରେ, ହେଲେ ବର୍ଷା ଦାଉ ସାଧିଲା l ବର୍ଷା ଫଳରେ ଗାଁ ମୁଣ୍ଡ ରୁ ଆରମ୍ଭ ମାଟି ରାସ୍ତା କାଦୁଅ ସର ସର ହୋଇଗଲା l ଆମ୍ବୁଲାନ୍ସ ଯାଇପାରିଲାନି l ଆମ୍ବୁଲାନ୍ସ ଆସିବା ପୂର୍ବରୁ ଆଉ ଗୋଟିଏ ଗାଡ଼ି ବି କାଦୁଅରେ ଫସିରହିଥିଲା l ଏଭଳି ଅବସ୍ଥାରେ ମହେନ୍ଦ୍ର ଘରେ ଛଟ ପଟ ହୋଇ ପ୍ରାଣ ତ୍ୟାଗ କରିଥିଲେ l ଫଳରେ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି l

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ