ବିଜେପି ଜିଲ୍ଲା ସାଂଗଠନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି ଓ ଯୋଜନା ବିଷୟକ ଏକ ସାଂଗଠନିକ ବୈଠକ ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତରେ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧକ୍ଷ୍ୟତାରେ ସ୍ଥାନୀୟ ରେଣୁକା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଭାରତ ମାତାଙ୍କ ବନ୍ଦନା ଓ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ବୈଠକ ବିଷୟରେ ପ୍ରାରମ୍ଭିକ ସୂଚନା ପରେ ବିଧିବଦ୍ଧ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ବକ୍ତା ଭାବେ ପୁର୍ବତ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଧାୟକ ସୁକାନ୍ତ ନାୟକ, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଜଳେଶ୍ବର ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ରେମୁଣା ବ୍ଲକ ଚେୟାରମ୍ୟାନ ସୁଶାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲ୍ଲା ସମ୍ପାଦକ ସମରଶଙ୍କର କାନୁନଗୋ, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, ମହିଳାମୋର୍ଚ୍ଛା ସଭାନେତ୍ରୀ ମନୀଷା ବେହେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନ, ଜିଲ୍ଲା ଉପସଭାପତି ଭାରତୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ନିର୍ବାଚନରେ ଆରକ୍ଷଣ, ପ୍ରାର୍ଥୀ ଚୟନ, କମିଟି ଗଠନ, ନିର୍ବାଚନ ପରିଚାଳନା, ଭୋଟର ତାଲିକା ସଂଶୋଧନ, ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା, କେମିତି ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ରୋକିବା, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଇତ୍ୟାଦି ଉପରେ ଅନେକ ସୁଚିନ୍ତିତ ପ୍ରସ୍ତାବ ଓ ମତାମତ ରଖିଥିଲେ। ସମସ୍ତ ପ୍ରସ୍ତାବ ଓ ମତାମତକୁ ଗୁରୁତର ସହିତ ବିବେଚନା କରି ଏହାକୁ ନିର୍ବାଚନରେ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଓ ନିର୍ବାଚନ ପରିଚାଳନା ପାଇଁ ଏକ ୨୦ ଜଣିଆ କମିଟିର ଘୋଷଣା କରିଥିଲେ। ସମସ୍ତଙ୍କ ବକ୍ତବ୍ୟ ପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚା ସଭାପତି, ରାଜ୍ୟ ଅଧିକାରୀ, ସାଂସଦ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ନିର୍ବାଚନ ରଣାଙ୍ଗନରେ ସଫଳତାର ସହିତ ଉତୀର୍ଣ ହେବା ପାଇଁ ମାର୍ଗଦର୍ଶନ କରାଇଥିଲେ। କେମିତି କେନ୍ଦ୍ର ସରକାରଙ୍କ ବହୁବିଧ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ରୁ ସହର ପର୍ଯ୍ୟନ୍ତ ଲୋକମାନେ ଉପକୃତ ହେଉଛନ୍ତି ତାହା ଲୋକଙ୍କ ଆଗରେ ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନ୍ୟତମ ସାଧାରଣ ସମ୍ପାଦକ ଇଶ୍ୱର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଲମ୍ବୋଦର ନାୟକ, କମଳା ବିନ୍ଧାଣି, ମୀନାକ୍ଷୀ ମହାପାତ୍ର, ପିଙ୍କି ପ୍ରଧାନ, ଆଶିଷ ଘୋଷ, ବିଭୁପଦ ଦାସ, କମଲଲୋଚନ ଦାସ, କରୁଣାକର ପଣ୍ଡା, ଜ୍ଞାନ ରଞ୍ଜନ ଦାସ, ଗଙ୍ଗାଧର ମିଶ୍ର, ସୁଶାନ୍ତ ବେରା, ସାବିତ୍ରୀ ଜେନ ଓ ସସ୍ମିତା ଚାନ୍ଦ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ