ପରିବା ଦର ଆକାଶଛୁଆଁ, ଖାଉଟି ହନ୍ତସନ୍ତ

ନିମାପଡ଼ା, (ସନ୍ତୋଷ ଦାଶ):ରାତି ପାହିଲେ କୁମାର ପୂର୍ଣ୍ଣିମା। ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ବହୁ ଲୋକ ଆମିଂଷ ଛାଡ଼ି କାର୍ତ୍ତିକ ବ୍ରତ ପାଳନ କରିବେ। ପ୍ରାୟ ପରିବାର ପନିପରିବା ଉପରେ ନିର୍ଭର କରିବେ। ତା ପୁର୍ବରୁ ପରିବା ଦର ଆକାଶଛୁଆଁ ହୋଇଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି।ଚାରିଛକ ଅଞ୍ଚଳ ରେ ଏବେ ବାଇଗଣ କିଗ୍ରା ୬୦/୭୦ ଟଙ୍କା, ପୋଟଳ ୬୫ଟଙ୍କା, କାଙ୍କଣ ୭୦ଟଙ୍କା, ଅମୃତଭଣ୍ଡା ୨୫ ଟଙ୍କା, ଝୁଡଙ୍ଗ ୪୦ଟଙ୍କା, ଦେଶୀ ଆଳୁ ୪୦ ଟଙ୍କା, କଖାରୁ ୨୫ ଟଙ୍କା, ଭେଣ୍ଡି ୪୦ ଟଙ୍କା, ଜହ୍ନି ୫୦ ଟଙ୍କା, ଟମାଟୋ ୬୦ ଟଙ୍କା, ଓଉ ଗୋଟାକ୫ଟଙ୍କା, ବନ୍ତଳ କଦଳୀ ଗୋଟା ୭/୧୦ ଟଙ୍କା ରେ ବିକ୍ରୀ କରାଯାଉଛି। ଏବେ ପରିବା ଶସ୍ତା ହେବା କଥା କିନ୍ତୁ ଲଘୁଚାପ ଜନିତ ବର୍ଷା ପନିପରିବା ଚାଷ କୁ ନଷ୍ଟ କରି ଦେଇଥିବାରୁ ବାହାର ଅଞ୍ଚଳ ରୁ ପରିବା ଆସି ବିକ୍ରୀ ହେଇଛି ଏଣୁ ପରିବା ଦର ବୃଦ୍ଧି ପାଇଛି ବୋଲି କୁହନ୍ତି ତୁଳସୀପୁର ବଜାର ର ବ୍ୟବସାୟୀ ନୃସିଂହ ଚରଣ ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ