ପାରଳା ଶ୍ରୀ ନୃସିଂହ ନାଥ ମଠରେ ଶ୍ରାମଦ୍ ଭାଗବତ ପାରାୟଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଶ୍ରୀ ନୃସିଂହ ନାଥ ମଠରେ ଗତ ୧୪ତାରିଖ ଠାରୁ ଶ୍ରୀମଦ୍ ଭାଗବତ ପାରାୟଣ ଏକ ସପ୍ତାହ ଧରି ଚାଲିଛି । ଏହି ପାରାୟଣରେ ବୃନ୍ଦାବନ ସ୍ଥିତ ପାଣିଘାଟ ଆଶ୍ରମର ଗୌଡିୟ ସଂପ୍ରଦାୟର ବାବା ଶ୍ରୀ ସନାତନ ଦାସଜି ମହାରାଜ ୧୪ତାରିଖ ଠାରୁ ୨୦ତାରିଖ ଯାଏଁ ସପ୍ତାହ ବ୍ୟାପି ସକାଳ ୭ଘଣ୍ଟା ଠାରୁ ସଂଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପାରାୟଣ କରୁଛନ୍ତି । ଏହି ଉତ୍ସବରେ ନନ୍ଦୋତ୍ସବ, ୫୬ଭୋଗ, ରୁକ୍ମଣୀ ବିବାହ, ନାମସଂକିର୍ତ୍ତନ ଓ ସାଧୁସେବା ଆଦି କାର୍ଯୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମ ମଠର ମଧୁବାବା ପରିଚାଳନା କରୁଛନ୍ତି । ଏହି ଭାଗବତ ପାରାୟଣରେ ପାରଳା ସହରରୁ ବହୁ ଜନ ସମାଗମ ହେଉତିବା ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ