ପ୍ରାଚୀ ନଦୀର ନୌ ଯାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ଭାରତୀୟ ନୌ ସେନା ଓ ଓଡ଼ିଶା ଭେଟେରାନ କ୍ଲବ ର ମିଳିତ ଉଦ୍ୟମ ରେ ସ୍ଵାଧୀନତା ର ଅମୃତ ମହୋତ୍ସବ ଓ ସ୍ୱର୍ଣିମ ବିଜୟ ବର୍ଷ ପାଳନ ଅବସର ରେ ପ୍ରଥମ ଥର ପାଇଁ ପୁଣ୍ୟ ତୋୟା ପ୍ରାଚୀନଦୀ ବକ୍ଷରେ ଆରମ୍ଭ ହୋଇଛି ଦୁଇଦିନିଆ ନୌ ଯାତ୍ରା। ଏହି ଯାତ୍ରା ସାନ ମୁଣ୍ଡୁଳି ଠାରୁ ସୋମବାର ପ୍ରାତଃ ରେ ଆରମ୍ଭ ହୋଇଛି । ଆଜି ନୌଯାତ୍ରୀ ମାନେ ଚାରିଛକ ନିକଟସ୍ଥ ମାଧବ ଘାଟ ଠାରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଚାରିଛକ ପ୍ରେସ କ୍ଲବ ଓ ଅନ୍ୟାନ୍ୟ ସଂଘ, ଗ୍ରାମବାସୀ ମାନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ନୌ ଯାତ୍ରା ରେ ଇଂ ଦୂର୍ଗା ଚରଣ ମିଶ୍ର, ଅଶ୍ଵିନୀ ମହାପାତ୍ର, ବିଦ୍ୟାଧର ନାୟକ, ଡ. ବିଶ୍ବରଂଜନ ରଥ ପ୍ରମୁଖ ଯାତ୍ରା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ