ତୁଲସୀ ମହିଳା କଲେଜରେ ସୂଚନା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ରଞ୍ଜିତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଆଇନଜୀବୀ ଚିତ୍ତରଞ୍ଜନ ବେହେରା ଅତିଥି ଭାବରେ ଯୋଗଦେଇ ଏହି ଆଇନର ଉପଯୋଗିତା ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରିସୋର୍ସପର୍ସନ ଭାବେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଯୋଗଦେଇ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଏହି ଆଇନ ବଳରେ ସୂଚନା ପାଇବା ପାଇଁ କିଭଳି ଆବେଦନ କରିବେ ଓ ସୂଚନା ପ୍ରାପ୍ତ ହେବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଭିତ୍ତିକ ସୂଚନା ପ୍ରଦାନ କରି ସଚେତନ କରାଇଥିଲେ । କଲେଜ ଜାତୀୟ ସେବା ଯୋଜନା ଅଧିକାରିଣୀ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ଶିବିରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ