ଗୋପଛକ ଜମି ହଡପ ମାମଲାରେ ଲାଡି ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗୋପଛକ ଜମି ହଡପ ମାମଲାରେ ଫେରାର ଥିବା ଅଭିଯୁକ୍ତ ଲାଡି ଓରଫ ସୟଦ ଜାକିର(୩୩)କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଲାଡି ଗ୍ୟାଙ୍ଗଷ୍ଟର ଟିଟୋର ଦାଦାପୁଅ ଭାଇ । କେନ୍ଦ୍ରାପଡା ଏସଡିଜେମ କୋର୍ଟ ପକ୍ଷରୁ ଲାଡି ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା । ଦୀର୍ଘଦିନ ଧରି ପୋଲିସ ତାକୁ ଗିରଫ କରିବା ପାଇଁ ଖୋଜୁଥିବା ବେଳେ ସେ ଫେରାର ହୋଇଯାଇଥିଲା । କିନ୍ତୁ ରବିବାର ସେ ଦିଲାରପୁରସ୍ଥିତ ବାସଭବନରେ ଥିବାର ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ବାସଭବନ ଉପରେ ଚଢାଉକରି ତାକୁ ଗିରଫ କରିଥିଲା ବୋଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଏହା ପୂର୍ବରୁ ପୋଲିସ ପାପା ଓରଫ ସୟଦ ଜାହିଦ ଅଲ୍ଲୀ ଏବଂ ସଦାମ ଓରଫ ସୟଦ ସଦାମକୁ ଗତ ଜୁନମାସ ୨୨ତାରିଖରେ ଗିରଫ କରିଥିଲା । ଏମାନେ ୩ଭାଇ ବୋଲି ପୋଲିସ କହିଛି । ଗୋପଠାରେ ଜୈନିକ ବ୍ୟକ୍ତିଙ୍କ ଜମିକୁ ଏମାନେ ଜୋରଜବରଦସ୍ତି ବଳପୂର୍ବକ ହଡପ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତିକରି ଏସଟିଏଫ ଗତ ୨୦୧୮ମସିହାରେ ଆଇପିସିର ୪୪୭, ୫୦୬ ଓ ୩୪ ସମେତ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ଗ୍ୟାଙ୍ଗଷ୍ଟର ଟିଟୋ ସମେତ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ