ଆଇଆରଇଏଲ ପକ୍ଷରୁ ୬ଟି ଗ୍ରାମ ପଂଚାୟତ ପାଇଁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଉପକଣ୍ଠ ରେ ଥିବା ଆଇଆରଇଏଲ କମ୍ପାନୀ ପରିସରରେ ଆଇଆରଇଏଲ ପକ୍ଷରୁ ଏକ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଯାଇଛି । ଏହାକୁ କମ୍ପାନୀର ମୁଖ୍ୟ ସାଧାରଣ ପରିଚାଳକ ଏ.ଜେ. ଜନାର୍ଦ୍ଦନ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ସେବା ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, କଣମଣା, ପୋଡାପଦର, ଅଗସ୍ତିନୂଆଗାଁ ଓ ସମାଖଣ୍ଡି ଗ୍ରାମ ପଂଚାୟତ ପାଇଁ ଉଦ୍ଧିଷ୍ଠ ରହିବ ବୋଲି ସୂଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ କାଳିପଲ୍ଲୀ ସରପଂଚ ଶ୍ରୀରାମ ବେହେରା ଓ କଣମଣା ସରପଂଚ ଚକ୍ରପାଣି ରେଡ୍ଡିଙ୍କ ସମେତ ଆଇଆରଇଏଲ ର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ