ଶିଖର ସାହି ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ୱ ପୂଜା ମଣ୍ଡପରେ ଆଜି ଅର୍ଥାତ ମଙ୍ଗଳବାର ଠାରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି l ମା ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୫ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି , ବାହ୍ୟ କୁମ୍ଭ ପୂଜା ,ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବା ସହ କରୋନା ମାର୍ଗଦର୍ଶିକା ଆଧାରରେ ପୂଜାବିଧି ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l ମଧ୍ୟାହ୍ନରେ ଗ୍ରାମ୍ୟବନ୍ଧରୁ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ତାପରେ ମହାଆଳତୀ, ବାହ୍ୟକୁମ୍ଭପୂଜା,ହୋମ, ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେବ l ଏହି ପୂଜା ପଣ୍ଡିତ କେଦାର ପଣ୍ଡା ଏବଂ ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ କୁମାର ପଣ୍ଡାଙ୍କ ପୌରହତିରେ ସମ୍ପାଦନ ହୋଉଥିଲା ବେଳେ କର୍ତା ଭାବେ ବିଜୟ ନାହାକ ରହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ନାହାକ,ରଞ୍ଜନ ନାହାକ ,କାଳିଆ ଗୌଡ଼ ,ଅନୀଲ ପଲାଇ ,ଗଣେଶ ଗୌଡ଼ , ଗଜି ଗୌଡ଼ ,ଲକ୍ଷଣ ପଲେଇ ,ବିକ୍ରମ ପଲାଇ ,ଶିଶୁପାଳ ପରିଡା ପ୍ରଭୁତି ପୂଜା କlଯ୍ୟ ସମ୍ପାଦନ କରୁଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ୨୩ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ