ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସୁନ୍ଦରପୁର ଗ୍ରାମରେ ମହିଳାଙ୍କୁ ଶାଢୀ ବଣ୍ଟନ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ କୁମାର ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋଲାପଲ୍ଲୀ ଗ୍ରାମ ଠାରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଦ୍ୱାରା ସୁନ୍ଦରପୁର ଗ୍ରାମର ଏକାକୀ ମହିଳା ମାନଙ୍କୁ ଶାଢୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଅବସର ପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଯାଗ ଦେଇଥିଲେ । ଏହି ଅବସରରେ ସୁନ୍ଦରପୁର ଗ୍ରାମର ପ୍ରାୟ ୧୧ ଜଣ ମହିଳାଙ୍କୁ ଶାଢୀ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ପୁଷ୍ପାଞ୍ଜଳୀ ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ