ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନାଅନ୍ତର୍ଗତ କଙ୍କୋରଡ଼ା ନେହେରୁ ବହୁମୁଖୀ ବିଦ୍ୟାପୀଠରେ ସ୍ମାର୍ଟ କ୍ଲାସ୍ ନିମନ୍ତେ ଚାଲିଥିଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଠେସ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମଙ୍ଗଳବାର ପୂର୍ବାହ୍ନରେ ଜଣେ ଶ୍ରମିକଙ୍କ ମୃତ ଘଟିଥିବା ଜଣାପଡିଛି । ମୃତକ ଜଣକ ଦିଗପହଣ୍ଡି ଥାନା ସିଦ୍ଧେଶ୍ବର ଗ୍ରାମର ଗଜେନ୍ଦ୍ର ବିଷୋୟୀଙ୍କ ସାନପୁଅ କୁନା ବିଷୋୟୀ (୨୫) ବୋଲି ଜଣାପଡିଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଉକ୍ତ ଗ୍ରାମର କୁନା ଘର ନିର୍ମାଣ ଲାଗି କାଠ ପଟା , ଠେସକାଠ ଭଡ଼ାରେ ଦେବା ସହ ନିଜେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ବିଦ୍ୟାଳୟରେ ଛାତ ନିର୍ମିତ ପାଇଁ ଠେସ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ଆଘାତ ପାଇ ଛିଟିକି ପଡ଼ିଥିଲେ । ତେବେ ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ଗୁରୁତର କୁନାକୁ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ପାଟପୁର ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । କୁନାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସିଦ୍ଧେଶ୍ୱର ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା ଆଡପଡା ମେଡିକାଲ ଓ ବ୍ରହ୍ମପୁର ବଡ ମେଡିକାଲରେ ଉପସ୍ଥିତ ରହି ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ଜଣାପଡିଛି । ମୃତ କୁନାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ