ଏସ୍ ଏନ୍ ବିଭୁଦତ ଆଇଆଇଟି ପରୀକ୍ଷାରେ ଉତୀର୍ଣ୍ଣ

ପାରାଦୀପ, (ପୀତବାସ ପ୍ରଧାନ) : ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ୍ ନୂଆଗାଁ ପଂଚାୟତ ମଠସାହି ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓ ନିରୂପମାଙ୍କ ସୁପୁତ୍ର ଏସ୍‌.ଏନ୍‌. ବିଭୂଦତ(ବଂଟି) ଆଇ.ଆଇ.ଟି ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ସେ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ସର୍ବ ଭାରତୀୟ ସ୍ତରରେ ଏନ୍‌ଟିଏ ଏସି ପାଉଛନ୍ତି । ଢିଙ୍କିଆ ଚାରିଦେଶରେ ବିଭୂଦତ ପ୍ରଥମ ଥର ଆଇଆଇଟି ପରୀକ୍ଷାରେ ଉତିର୍ଣ୍ଣ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ନେଇ ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ନୁଆଗାଁ ସରପଂଚ ବିଦ୍ୟାଧର ମଲ୍ଲିକ୍‌, ସମିତି ସଭ୍ୟ ପଦ୍ମଲୋଚନ ମଲ୍ଲିକ୍‌, ସମାଜସେବୀ ଅଦ୍ୱୈତ ଭୂୟାଁ, ସାମ୍ବାଦିକ ହରିଗୁରୁ ଦାସ, ସାମ୍ବାଦିକ ଅରକ୍ଷିତ ସ୍ୱାଇଁ, ମା ତାରିଣୀ ହେଲ୍‌ପିଙ୍ଗ ହ୍ୟାଣ୍ଡସ୍ ସଭାପତି ଇଂ ଶଙ୍ଖେଶ୍ୱର ପ୍ରସାଦ ମହାନ୍ତି, ଫୁଲେ ଆମ୍ବେଦର ସାମାଜିକ ବିକାସ ପରିଷଦ ସାଧାରଣ ସଂପାଦକ ଚିନ୍ମୟ ନାଥ, ଢିଙ୍କିଆ ସରପଂଚ ଈଶ୍ୱର ପରିଡ଼ା, ବାମଦେଈପୁର ସରପଂଚ ଗୋପୀନାଥ ସାମନ୍ତରାୟ, ଗଡ଼କୁଜଙ୍ଗ ସରପଂଚ ସଂପଦ ବାରିକ, ଅସିତ୍ ସ୍ୱାଇଁ, କେଶବ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ