ବଲାଙ୍ଗୀରରେ ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ କଲେ ୫-ଟି ସଚିବ

ବଲାଙ୍ଗୀର , (ଯୁଗାବ୍ଦ ନ୍ୟୁଜ) :ରାଜ୍ୟସରକାର ମୋ ସରକାର କାର୍ଯ୍ୟକ୍ରମ ଘୋଷଣା କରିବା ପରଠାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ପରିଦର୍ଶନ କରୁଛନ୍ତିି ୫-ଟି ସଚିବ ଭି,କେ . ପାଣ୍ଡିଆନ । ଏହି କ୍ରମରେ ଗୁରୁବାର ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା ବଲାଙ୍ଗୀର ଗ୍ରସ୍ତ କରି ଜିଲ୍ଲା ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ଅନୁଧ୍ୟାନ କରି ଚିକିତ୍ସାଳୟରେ ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀ ସେବାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ତଦାରଖ ମଧ୍ୟ କରିଥିଲେ । ଚିକିତ୍ସା ପାଇଁ ମେଡିକାଲ ଆସୁଥିବା ରୋଗୀଙ୍କୁ ସଠିକ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ସୁବିଧା ସୁଯୋଗ ମିଳୁଛି କି ନାହିଁ ଓ ସେମାନଙ୍କ ସହ ମେଡିକାଲ କର୍ତ୍ତୁପକ୍ଷଙ୍କର ବ୍ୟବହାର କିଭଳି ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ସି.ଡି.ଏମ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ