ନିରଞ୍ଜନଙ୍କ ଇଲାକାରେ ଶଙ୍ଖ ନାଦରେ ଝଡ଼ିଲା ପଦ୍ମ ପାଖୁଡା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଦୁଇଥର ବିଧାୟକ ଥିଲେ ବିଜେପି ନେତା ନିରଞ୍ଜନ ପ୍ରଧାନ । ଅଥଚ ନିଜ ଗ୍ରାମ ପଞ୍ଚାୟତରେ ଭୁଶୁଡ଼ିଲା ବିଜେପି ର ଗଡ଼ । ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ର ଘୋଡାପଲାଣ ହେଉଛି ନିରଞ୍ଜନ ପ୍ରଧାନଙ୍କ ନିଜ ଗ୍ରାମ । ହେଲେ ଅକ୍ଟୋବର ୩୧ ତାରିଖ ଦିନ ଶଙ୍ଖ ନାଦରେ ଝଡି ପଡ଼ିଲା ପଦ୍ମର ପାଖୁଡା । ଆଉ ଯାହା ରହିଲା ତାକୁ ଜନସାଧାରଣ ପଦ୍ମ ଫୁଲ କହିପାରିବେ ନାହିଁ । ଏହିପରି ଦୟନୀୟ ଅବସ୍ଥାରେ ପହଞ୍ଚିଛନ୍ତି ଦୁଇ ଥର ବିଧାୟକ ହୋଇଥିବା ନିରଞ୍ଜନ ପ୍ରଧାନ । ଅବଶ୍ୟ ସେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ହୋଇଥିଲେ ଦୁଇଥର ବିଧାୟକ। ତୃତୀୟ ଥର ପାଇଁ ନବୀନ ବାବୁ ୨୦୧୪ ନିର୍ବାଚନରେ ଦେଇ ନଥିଲେ ଟିକେଟ । ଏହାପରେ ନିରଞ୍ଜନ ପ୍ରଧାନ ବିଜେପିରେ ଯୋଗଦେଇଥିଲେ । ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଶ୍ରୀକାନ୍ତ ସାହୁ ନିଜର ଜନସମ୍ପର୍କ ଓ ଅଞ୍ଚଳର ଉନ୍ନୟନ ପ୍ରତି ଧ୍ୟାନଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ୨୦୧୯ ରେ ପୁଣି ଶ୍ରୀକାନ୍ତ ସାହୁ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦରୁ ରାଜ୍ୟର ବୃହତ୍ତମ ଗଞ୍ଜାମ ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ହୋଇପାରିଲେ ବିଧାୟକ ଶ୍ରୀକାନ୍ତ ସାହୁ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ଜନହିତକର ଯୋଜନା ଏବଂ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଗୋଟିଏ ପରେ ଗୋଟିଏ ଗ୍ରାମର ବିଜେପି ନେତା, କର୍ମୀ ଓ ସମର୍ଥକ ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଲେ । ରବିବାର ଦିନ ଘୋଡାପଲାଣ ପଞ୍ଚାୟତର ସରପଞ୍ଚ ସୁଲୋଚନା ଦାଶ, ସରପଞ୍ଚଙ୍କ ପ୍ରତିନିଧି ଯୁବ ସଂଗଠକ ଧ୍ରୁବ ଚରଣ ଦାଶ, ଅବସରପ୍ରାପ୍ତ ଶିକ୍ଷକ ପାବନ ନାୟକ, ଓ ପୂର୍ବତନ ସରପଞ୍ଚ ତଥା ଘୋଡାପଲାଣ ଗ୍ରାମର ସଭାପତି ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ୱାର୍ଡ ସଭ୍ୟଙ୍କ ସମେତ ସକ୍ରିୟ କର୍ମୀ ଓ ସମର୍ଥକ ପ୍ରାୟ ତିନି ଶହ ପରିବାର ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରି ବିଜେଡି ରେ ଗ୍ରହଣ କରିଥିଲେ। ବିଜେଡିର ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, କେନ୍ଦୁବାଡି ସରପଞ୍ଚ ବିଜୟ ସ୍ବାଇଁ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ଗୋପାଳ ସାହୁ, ଭଗବାନ ପ୍ରଧାନ ଙ୍କ ସମେତ ବହୁ ବିଜେଡି ଲୋକ ପ୍ରତିନିଧି ଓ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ