ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିଛନ୍ତି । ଏହ୍ରି ଅବସରରେ ଗୋଟିଲଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମଧ୍ୟ ଉପସ୍ଥିତ ରହିଛନ୍ତି । ସେ ନିଜ ଉଦବୋଧନରେ ଓଡ଼ିଶା ପ୍ରତି ନବୀନଙ୍କ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି । ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହିତ ଅନ୍ୟ ବିଜେଡ଼ିର ମନ୍ତ୍ରୀ ମାନଙ୍କୁ ମଧ୍ୟ ସେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାର କୃଷକଙ୍କ ଠାରୁ ଆରମ୍ଭ କରି ଗରିବ ଓ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସୁରକ୍ଷା ପହଞ୍ଚାଇବାକୁ ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସିଛନ୍ତି । ସ୍ୱାଧୀନତା ପରର କଳାହାଣ୍ଡିର ଚିତ୍ର ଆପଣ ମାନେ ଭିନ୍ନ ଦେଖିଥିଲେ । ହେଲେ ୨୦୦୦ ମସିହା ପରଠାରୁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଆସିବା ପରେ ଅକ୍ଲାନ୍ତ ପରିଶ୍ରମ କରି କଳାହାଣ୍ଡିକୁ ୧୩ ନମ୍ବର ଜିଲ୍ଲାରୁ ୪ ନମ୍ବର ଜିଲ୍ଳା ହିସାବରେ ପରିଗଣିତ କରାଇପାରିଛନ୍ତି । ଆଗକୁ ସେ କହିଛନ୍ତି ଯେ, ଯେଉଁ ଜିଲ୍ଲା ସବୁଠାରୁ ଗରିବ ଜିଲ୍ଲା ଥିଲା ସେଠାରେ ଆଜି ମେଗାଲିଫ୍ଟ ଯୋଜନା, ଇନ୍ଦ୍ରବାତୀ କେନାଲ ହୋଇଛି । ଭୋକର ଭୁଗୋଳ କୁହାଯାଉଥିବା ଜିଲ୍ଲାରୁ ଆଜି ବିଭିନ୍ନ ଜିଲ୍ଲାକୁ ଖାଦ୍ୟ ଶସ୍ୟ ପରିବହନ ହେଉଛି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ କଳାହାଣ୍ଡିରୁ କପା ଜୁନାଗଡ଼ରୁ ଟ୍ରେନ୍ ମାଧ୍ୟମରେ ଦେଶ ବିଦେଶକୁ ରପ୍ତାନି ହେଉଛି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି । ଡାଲି ଜାତୀୟ ଶସ୍ୟ, କେନ୍ଦୁପତ୍ର ବ୍ୟବସାୟ, ଜଙ୍ଗଲଜାତ ସାମଗ୍ରୀ ଉତ୍ପାଦନ କରିବାରେ ପୂରା ଓଡ଼ିଶାରେ ଏକ ନମ୍ବର ହୋଇପାରିଛି କଳାହାଣ୍ଡି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ