ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ସାମଗ୍ରୀ ଜବତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଗତ ୭ ତାରିଖ ଦିନ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିଲା । ସୁଚନା ଅନୁସାରେ ପୋଲିସ ଏକ ସୁତ୍ର ରୁ ଖବର ପାଇ ମାଓବାଦୀ ମାନେ କଳାହାଣ୍ଡି ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲ ରେ ଲୁଚିଥିବା ଖବର ମିଳିଥିଲା ପରେ ଏସଓଜି ଓ ଡିଭିଏଫ ପକ୍ଷରୁ ସର୍ଚ ଅପରେଶନ କରାଯାଇଥିଲା । ମାଓବାଦୀ ଓ ଡିଭିଏଫ ମଧ୍ଯ ରେ ଉଭୟ ପଟୁ ଗୁଳି ବର୍ଷା ହୋଇଥିଲା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ପରେ ସର୍ଚ ଅପରେଶନ ବେଳେ ଏକ ରାଇଫଲ , ୪ ଟି ଅଫୁଟା ଗୁଳି , ମାଓ ପୁସ୍ତିକା ତଥା ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା କଳାହାଣ୍ଡି ଏସପି ଶ୍ରବଣା ବିବେକ ଏମ ଆଜି ଏକ ସାମ୍ବାଦିକ ସମ୍ମିଳନୀର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ