ଖେମୁଣ୍ଡି ମହାବିଦ୍ୟାଳୟରେ ଭୋଟର ପଞ୍ଜିକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭୋଟର ପଞ୍ଜିକରଣ ଅଧିକାରୀ ତଥା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଭୋଟର ପଞ୍ଜିକରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୨ ଉପରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଖବରନୁଯାୟୀ , ଭୋଟର ମାନଙ୍କ ନିଜ ନାମ ଭୋଟର ତାଲିକାରେ ଯାଞ୍ଚ କରିବା ସହ ନୂତନ ଭୋଟର ମାନଙ୍କୁ ନିଜ ମୋବଇଲ ମାଧ୍ୟମରେ ଭୋଟର ହେଲ୍ପଲାଇନ ଆପ ମାଧ୍ୟମରେ ନିଜର ନାମକରଣ , ସଂଶୋଧନ କିମ୍ବା ସ୍ଥାନାନ୍ତର କରିବା ସକାଶେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ତେବେ ଆଜି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଭୋଟଦାନର ଗୁରୁତ୍ବ ଓ ଭୋଟର ତାଲିକାରେ କିପରି ପଞ୍ଜୀକରଣ କରାଯିବ ସକାଶେ ଆଲୋଚନା କରାଯାଇଥିଲା । ଏଥିସହ ଜଣେ ସଚେତନ ଭୋଟର ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ଭୋଟର ପ୍ରଚାର ଅଭିଯାନ ବୋର୍ଡରେ ନିଜ ନିଜ ଦସ୍ତଖତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା  ଶ୍ରୀମତୀ ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ , ଏନଏସ୍ଏସ୍ , ରେଡକ୍ରସ , ସ୍କାଉଟ ଅଧିକାରୀ , ଭଲିଣ୍ଟର ପ୍ରମୁଖ ସହ ୭୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ