ଏକତାପରିଷଦର ଅlନ୍ତରାଷ୍ଟ୍ରୀୟ ମହିଳାମଞ୍ଚ ସଂଯୋଜିକା ଜିଲ ବେହେନ କଳାହାଣ୍ଡିଗସ୍ତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଠ ଗାନ୍ଧିବାଦୀ ସାମାଜିକ କର୍ମୀ ଏକତlପରିଷଦ ର ଆନ୍ତରାଷ୍ଟ୍ରୀୟ ମହିଳାମାଞ୍ଚ ର ସଂଯୋଜିକା ଜିଲ ବେହେନ ଦୁଇଦିନିଆ କଳାହାଣ୍ଡିଗସ୍ତ ରେ ଆସି ଆଜି ସକାଳ 10 ଘଣ୍ଟା ସମୟରେ ଭବାନୀପାଟଣା ସହରର ରାଜଗୋପାଲ ନଗର ଠାରେ ପହଂଚିଥିଲେ l ତାଙ୍କସହିତ ମହିଳାମଞ୍ଚ ଜାତୀୟ ସଂଯୋଜିକା ଶ୍ରଦ୍ଧା ବେହେନ ଓ ଏକତାପରିଷଦ ର ଜାତୀୟ କାର୍ଯ୍ୟକାରିଣୀସଦସ୍ୟ ଭାରତ ଠାକୁର ଥିଲେ l ସମସ୍ତଙ୍କୁ ରାଜଗୋପାଳ ନଗର ବାସି ସ୍ୱାଗତ କରିବାପରେ ଏକତାପରିଷଦ କାର୍ଯ୍ୟଳୟପାଇଁ ଚିନ୍ନିହିତ ଜମିଉପରେ ଜିଲ ବେହେନ ଏକ ବୃକ୍ଷରୋପଣ କରିଥିଲେ l ଏକତାପରିଷଦର କଳାହାଣ୍ଡି ସଂଯୋଜକ ସରୋଜ ବାଗ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଏକତାପରିଷଦ ର ଚିନ୍ମୟୀ ବେହେରା, ମନ୍ଦାକିନୀ ବlଣୁଆ, ତପସ୍ୱିନୀ ମେହେର ଓ ବର୍ଷା ସରାଫ ଜୟଜଗତ ସଂଗୀତ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ବାଗ ରାଜଗୋପାଳ ନଗର ର ପ୍ରତିଷ୍ଠା ଓ ଇତିହାସ ସମ୍ପର୍କରେ ଅତିଥି ମାନଙ୍କୁ ଅବଗତ କରାଇବାପରେ ଜିଲ ବେହେନ ଏକତା ମହିଳାମଞ୍ଚ ର କାର୍ଯ୍ୟକ୍ରମ, ଏକତାପରିଷଦର କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଭୁମିକା ଉପରେ ଜଣାଇବାସହ ରାଜଗୋପାଳ ନଗରର ଅଧିବାସୀ ଓ ଉପସ୍ଥିତ ଜନସାଧାରନଙ୍କୁ କୃତଜ୍ଞତା ଜଣାଇଥିଲେ l ଶ୍ରଦ୍ଧା ବେହେନ ମହିଳା ମାନଙ୍କୁ ଉତ୍ସାହିତ କରିବାସହ ଏକ ଦେଶାତ୍ମବୋଧକ ସଚେତନମୂଳକ ଏକ ସଂଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମରେ ଏକତାପରିଷଦ ର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ସିଦ୍ଧାର୍ଥ ନାୟକ, ରୋଶନlରl ମହାନ୍ତି ,ବରୁଣ ଶର୍ମା,ଜନମ ମାଟି ସୁରକ୍ଷl ସଂଗ୍ରାମ ସମିତିର ଆବାହକ ଗିରିଧାରୀ ପାତ୍ର, ବର୍ଷା ସରାଫ, ସମାଜସେବି ବିଜୟ ଦାସ, ଏକତାପରିଷଦ ର ଚିନ୍ମୟୀ ବେହେରା, ମନ୍ଦlକିନୀ ବlଣୁଆ, ଅଞ୍ଜଳି ସିଂ, ଝିଲି ରାଉତ, ଗଣମାଧ୍ୟମ ପ୍ରତିନିଧି ଜଗନ୍ନାଥ ନାଏ କ, ବିକାଶ ନାଏକ, ଖିରୋଦ ମଙ୍ଗରାଜ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ