କୁଲଣା ଠାରେ ପାରାୟଣ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୁଲଣା ବଜାର ଠାରେ ରାମଦୟା ପରିଷଦ ପକ୍ଷରୁ ପଂଚୁକ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାମଚରିତ ମାନସ ପାରାୟଣ ଆଜି ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ରମାକାନ୍ତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ପଣ୍ଡିତ ଶ୍ରୀ ରବିନାରାୟଣ ଦାସଜୀ ମହାରାଜଙ୍କ ଦ୍ଵାରା ପାରାୟଣ ଉଦଘାଟିତ ହୋଇଥିଲା। ଆଚାର୍ଯ୍ୟ ଭାବେ ପଣ୍ଡିତ ଉମାଧଵ ପଣ୍ଡା ଦୈନନ୍ଦିନ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରବଚିକା ଉମାଶଶୀ ପଣ୍ଡା ଶେଷ ଦିବସରେ ଦିବ୍ୟ କଥାଅମୃତ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରତିକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିବାସୀ ମାନେ ପରିଚାଳନା କରିଥିଲେ। ଏହାଛଡା ବ୍ଲକ ଅଂଚଳର ବିଭିନ୍ନ ଦେବାଦେବୀ ପୀଠରେ ପଂଚୁକ ବ୍ରତ ପାଇଁ ଆୟୋଜନ ହୋଇଥିବା ବୈଦିକ କାର୍ଯ୍ୟକ୍ରମ ଆଜି ଶେଷ ପର୍ଯ୍ୟାୟରେ ପହଁଚିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ