ରାଇରଙ୍ଗପୁର ଗୁରୁଦ୍ୱାରରେ ଗୁରୁ ନାନକ ଜୟନ୍ତୀ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ୧୪୬୯ ମସିହା କାର୍ତିକ ମସର ପୂର୍ଣିମା ତିଥିରେ ଶିଖ୍ ସଂପ୍ରଦାୟର ପ୍ରଥମ ଗୁରୁ ଧର୍ମଗୁରୁ ଗୁରୁ ନାନକ ପାକିସ୍ଥାନର ପଞ୍ଜାବ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ଶିଖ୍ ଧର୍ମର ସଂସ୍ଥାପକ ଗୁରୁ ନାନକ ଦେବଙ୍କ ଜନ୍ମ ଦିବସକୁ ଗୁରୁ ପର୍ବଭାବେ ପାଳନ କରିଥାନ୍ତି । ଗୁରୁ ନାନକ ଜୀବନ ତମାମ ମାନବ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ।ଇରନ, ଆଫଗାନିସ୍ଥାନ, ତିବ୍ଦତ, ଲାଦାଖ ଓ ଆରବ ଦେଶ ବୁଲି ବୁଲି ଲୋକମାନଙ୍କୁ ଆଧ୍ୟାତ୍ମିକ ଉପଦେଶ ଦେଉଥିଲେ । ତାଙ୍କର ଉପଦେଶ ଗୁରୁ ଗ୍ରନ୍ଥ ସାହିବ୍ ରେ ରଚିତ ହୋଇଛି।ସେ ଥିଲେ ସମାଜ ସଂସ୍କାରକ।ଶିଖ ଧର୍ମରେ ଜାତିଗତ ଭେଦଭାବ ନାହିଁ । ସଵୁ ଧର୍ମର ଲୋକେ ଗୁରୁ ପୂଜନ କରିପାରିବେ ।ଗୁରୁ ନାନକ କହିଥିଲେ ଆଧ୍ୟାତ୍ମ ରାସ୍ତାରେ ଚାଲିବା ନେଇ ସନ୍ନାସୀ ହେବା ଜରୁରୀ ନୁହେଁ ।ପ୍ରେମ, ଏକତା, ସମାନତା ଓ ଭାଇଚାରାର ସନ୍ଦେଶ ହେଉଛି ଗୁର ନାନକଙ୍କ ଉପଦେଶ । ଆଜି ଏହି ପବିତ୍ର ଗୁରୁ ନାନକ ଜୟନ୍ତୀରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମରେ ଗୁରୁଦ୍ବାର ସିଂ ମହାସଭା ତରଫରୁ ଗୁରୁ ନାନକଙ୍କ ପୂଜନ କରିଥିଲେ । ଶ୍ରଦ୍ଧାଳୁମାନେ ଗୁରୁ ଗ୍ରନ୍ଥ ସାହିବ୍ ପଠନ କରିଥିଲେ । ଗୁରଦ୍ୱାରରୁ ବିଭିନ୍ନ ଅଂଚଳରୁ ଶିଖମାନେ ଆସି ଏହି ପଵିତ୍ର କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ । ପରେ କମିଟି ତରଫରୁ ଲଙ୍ଗର ବ୍ଯବସ୍ଥା କରାଯାଇଥିଲା । ଦିର୍ଘ ଦେଢବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଧାର୍ମିକ କାମରେ କେହି ଅଂଶ ଗ୍ରହଣ କରି ପାରୁ ନ ଥିଲେ । କରୋନା କଟକଣା କୋହଳ ଯୋଗୁଁ ଅଳ୍ପେ ବହୁତେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବା ସହ ସମସ୍ତଙ୍କର ଭେଟଭାଟ ହେଉଛି ଓ ପରସ୍ପର ସୁଖଦୁଖର ଭାଗିଦାର ହେଉଥିବା ଲକ୍ଷ୍ୟ କରାଯାଉଥିଲା । ସମସ୍ତଙ୍କର ମନରେ ଆନନ୍ଦ ଓ ଖୁସି ଭରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ