ଇ-ଶ୍ରମ କାର୍ଡ ନାମରେ ଠକେଇ ଅଭିଯୋଗ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଇ-ଶ୍ରମ କାର୍ଡ କୁ ନେଇ ଜନସାଧାରଣ ଙ୍କ ଉତ୍ସାହ କୁ ନେଇ କିଛି ବ୍ୟକ୍ତି ଲୋକ ଙ୍କୁ ବିଭିନ୍ନ ଉପାୟରେ ଠକେଇ ଜାରିରଖିଥିବା ଶୁଣିବାକୁ ମିଳୁଛି ଏହିକ୍ରମ ରେ ଇ-ଶ୍ରମ କାର୍ଡ ନାମରେ ଠକେଇ ଅଭିଯୋଗ, ଠକକୁ କାବୁ କଲେ ଗ୍ରାମବାସୀ । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ନିପାଣିଆ ଗ୍ରାମରେ । ଘଟଣା ରୁ ପ୍ରକାଶ ଯେ, ଗତ ଅକ୍ଟୋବର ମାସ ୨୮ ଓ ୨୯ ଏବଂ ନଭେମ୍ବର ମାସ ୬ ତାରିଖ ଦିନ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବଡରମ୍ପାସ୍ ଗ୍ରାମର କାଳନ୍ଦୀ ଚନ୍ଦ୍ର ସାହୁ ଙ୍କ ପୁଅ ଜଗନ୍ନାଥ ପ୍ରସାଦ ସାହୁ ନିପାଣିଆ ଗ୍ରାମକୁ ଆସି ଲୋକଙ୍କ ଠାରୁ ଇ-ଶ୍ରମ କାର୍ଡ ପଞ୍ଜିକୃତ କରାଇବା ବାହାନାରେ ଫିଙ୍ଗରପ୍ରିଣ୍ଟ ଜରିଆରେ ଆନୁମାନିକ ପ୍ରାୟ ୪୯ ହଜାର ରୁ ଉର୍ଧ ଟଙ୍କା ଠକି ନେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପରେ କିଛି ଗ୍ରାମବାସୀ ବ୍ୟାଙ୍କ୍ କୁ ଯାଇ ପାସ୍ ବହି ଚେକ୍ କରିବା ପରେ ସେହି ତାରିଖ ରେ ଆନୁମାନିକ ପ୍ରାୟ ୪୯ ହଜାର ରୁ ଉର୍ଧ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ । ୨୮,୨୯ ଏବଂ ୬ ତାରିଖ ଦିନ ଜଗନ୍ନାଥ ଇ-ଶ୍ରମ କାର୍ଡ ପଞ୍ଜିକୃତ ଫିଙ୍ଗର୍ ପ୍ରିଣ୍ଟ ଜରିଆରେ କରିଥିବାରୁ ତାଙ୍କ ଦ୍ୱାରା ଠକାମିର ଶିକାର ହୋଇଥିବା ଗ୍ରାମବାସୀମାନେ ସନ୍ଦେହ କରି ଥିଲେ । ପରେ ଗ୍ରାମବାସୀମାନେ ଅଧିକ ଇ-ଶ୍ରମ କାର୍ଡ କରିବା ଆଳ ଦେଖାଇ ଜଗନ୍ନାଥ କୁ ନିପାଣିଆ କୁ ଆସିବା ପାଇଁ କହିଥିଲେ । ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଜଗନ୍ନାଥ ନିପାଣିଆ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀମାନେ ତା’କୁ କାବୁ କରି ନେଇଥିଲେ। ପରେ ତାଙ୍କୁ ଠାକୁରମୁଣ୍ଡା ବ୍ୟାଙ୍କ୍ ଏବଂ ଥାନା କୁ ନେଇ ପଚରାଉଚରା ଜାରି ରହିଥିବା ଜଣାପଡିଛି । ଅପରାହ୍ନ ୫ ଟା ସୁଦ୍ଧା ଘଟଣା ର କୈାଣସି ସମାଧାନ ହୋଇନଥିବା ବେଳେ ଠାକୁରମୁଣ୍ଡା ଥାନା ରେ ମଧ୍ୟ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି । ଅପରାହ୍ନ ୫ ଟା ସୁଦ୍ଧା ଜଗନ୍ନାଥ ଗ୍ରାମବାସୀଙ୍କ ହେପାଜତରେ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ