୫ ଛାତ୍ରଛାତ୍ରୀ କରୋନା ପଜିଟିଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଛାତ୍ରଛାତ୍ରୀମାନଙ୍କର ଆଂଟିଜେନ ଟେଷ୍ଟ ସରିଥିବା ପରେ ମଧ୍ୟ ସାମାନ୍ୟ ଥଣ୍ଡା ଜଣାପଡିବା ପରେ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ପଜିଟିଭ ରିପୋର୍ଟ ଆସିବା ପରେ ତୁରନ୍ତ ସେମାନଙ୍କୁ ବିଦ୍ୟାଳୟ କ୍ୱାରେଟାଂଇନରେ ରଖାଯାଇଛି । ରବିବାର କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପକ୍ଷରୁ ବିଦ୍ୟାଳୟ ପରିସର ଓ ଛାତ୍ରାବାସ ବିଶୋଧନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ବିଦ୍ୟାଳୟ କ୍ୱାରେଟାଂଇନରେ ରଖାଯାଇଛି । ୨୪ଟି ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବା ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ