କରଞ୍ଜିଆ ଏନ.ଏ.ସି ର ସମସ୍ୟା ସମାଧାନ କେବେ?

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପନ୍ଦର ଗୋଟି ୱାର୍ଡ ରେ ବିଭକ୍ତ ଏହାର ଜନସଂଖ୍ୟା ପ୍ରାୟ ଚାଳିଶ ହଜାର ରୁ ଉର୍ଦ୍ଧ ହେବ। ଆଉ ଗୋଟେ ବର୍ଷ ପରେ ଏହା ତାର ଜନ୍ମଜୟନ୍ତୀ ର ସ୍ବର୍ଣ୍ଣ ଜୟନ୍ତୀ ପାଳନ କରିବ । କିନ୍ତୁ ଦୁଃଖ ଓ ପରୀତାପର ବିଷୟ ଏବେ ପର୍ଯ୍ୟନ୍ତ କରଞ୍ଜିଆ ବାସୀ ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ଯେତିକି ସଂଘର୍ଷରତ ତାଠାରୁ ଅଧିକ ପ୍ରତାରିତ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ ପ୍ରତ୍ୟକ ବର୍ଷ କୋଟିକୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଛାଶକ୍ତି ର ଅଭାବ ଯୋଗୁ ଲକ୍ଷ ଲକ୍ଷ ଟଙ୍କା ର ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ ।  ଅଯଥା ସରକାରୀ ଅନୁଦାନ ଟଙ୍କା ରେ କୌଣସି ଦୁରଦୃଷ୍ଟି ନରଖି ତିଆରି କରାଯାଉଥିବା ଦେଖିବାକୁ ମିଳୁଛି ରାସ୍ତାଘାଟ, ବିଦ୍ୟୁତ୍ତିକରଣ,ଡ୍ରେନେଜ ବ୍ୟବସ୍ଥା, ଶ୍ମସାନ ଘାଟ ହେଉ ବା ଭେଣ୍ଡିଙ୍ଗ ଜୋନ ସବୁ ପ୍ରକଳ୍ପ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଲୋକଙ୍କ କାମରେ ଆସୁନାହିଁ ।  ଅଦରକାରୀ ସ୍ଥାନରେ ଏହିପ୍ରକଳ୍ପ ଗୁଡିକ କରାଯାଇଛି ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀ ମାନେ ରାଜନୈତିକ ଚାପରେ ଏହିସବୁ ପ୍ରକଳ୍ପ ଗୁଡିକୁ ସବୁଜସଂକେତ ଦେଇ ଲକ୍ଷାଧିକ ଟଙ୍କା ର ଦୁର୍ନୀତି କରିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଧା ମାନେ କରିଛନ୍ତି । ବହୁ ବିଡମ୍ବନା ର ବିଷୟ ଏହାକି ନିତାନ୍ତ ଆବଶ୍ୟକ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ମହାବୀର ଛକରେ ବାହୁବାର ଲୋକେ ଦାବୀ କଲା ପରେ ମଧ୍ୟ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ଷ୍ଟ୍ରିଟ ଲାଇଟ ଲଗାଉନଥିବା ବେଳେ ଏକ ବେସରକାରୀ ସ୍କୁଲ ର ନିର୍ଜନ ରାସ୍ତାରେ ପନ୍ଦର ରୁ ଉର୍ଧ୍ଵ ଷ୍ଟ୍ରିଟ ଲାଇଟ ଲାଗିଛି ।  କିଛି ବର୍ଷ ତଳେ ନିର୍ମିତ ପନିପରିବା ବେପାରୀଙ୍କ ନିମନ୍ତେ ଅଶୋକ ଲାଇବ୍ରେରୀ ନିକଟ ରେ ଲକ୍ଷାଧିକ ଟଙ୍କା ବ୍ୟୟ ନିର୍ମିତ ଭେଣ୍ଡିଙ୍ଗ ଜୋନ କୁ ପନି ପରିବା ବେପାରୀ ଙ୍କୁ ଅବାଣ୍ଟିତ କରାଯାଇଥିଲା ।  କିଛି ମାସ ଏଠାରେ ଦୋକାନ ଖୋଲିବା ପରେ ସମସ୍ତ ବେପାରୀ ଏବେ ପୁଣି ରାସ୍ତାକଡ କୁ ଫେରିଯାଇଛନ୍ତି । ଲକ୍ଷାଧିକ ଟଙ୍କା ରେ ନିର୍ମିତ ଭେଣ୍ଡିଙ୍ଗ ଜୋନ ଏବେ ସେମାନେ ଲୁଣ ଗୋଦାମ ପାଇଁ ଭଡାରେ ଲଗାଇଛନ୍ତି । ବିଭାଗ ର କାର୍ଯ୍ୟାଳୟ ନିକଟରେ ଟିଣ ନିର୍ମିତ ଦୋକାନ ଘର ଗୁଡିକ ଦୀର୍ଘ ବର୍ଷ ହେବ ବଣ୍ଟନ କରାଯାଇପାଇନାହିଁ ଏବେ ସେଗୁଡିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି।  ଦେଓ କଲୋନୀ ନିକଟରେ ଏକ ଶ୍ମାଶନ ଚାଳିଶ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିଲେ ମଧ୍ୟ ତାହା ଲୋକଙ୍କ ବ୍ୟବହାର ରେ ଲାଗୁନାହିଁ । ପୁଣି ଦେଓ ନଦୀ କୂଳରେ ଥିବା ପୁରାତନ ଶ୍ମାଶନ ଯାହାକୁ କରଞ୍ଜିଆ ର ସତୁରି ଭାଗ ଲୋକ ଙ୍କ ଶବଶତ୍କାର ପାଇଁ ବ୍ୟବହାର କରାଯାଏ ତାର ଉନ୍ନତି କରଣ ପାଇଁ ଏକକୋଟି ଟଙ୍କା ମଂଜୁର ହୋଇଥିଲା । କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଶ୍ମାଶନ ପାଇଁ ମଂଜୁର ଅର୍ଥକୁ ଅନ୍ୟ ସ୍ଥାନରେ କରିବାକୁ ମସୁଧା ଚାଲିଥିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଉପଜିଲ୍ଲାପାଳ ତଥାକରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ସେହି ସ୍ଥାନରେ ହିଁ ସ୍ମଶାନ କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି । ଦାବୀ କୁ ନ ମାନିଲେ ଜୋରଦାର ବିରୋଧ ଓ ଆନ୍ଦୋଳନ ର ଚେତାବନୀ ମଧ୍ୟ ଦେଇଛନ୍ତି ।  ସର୍ବଭାରତୀୟ ସ୍ତରରେ ପୁରସ୍କୃତ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦକରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପରିମଳ ବ୍ୟବସ୍ଥା କଥା ନକହିବା ଭଲ।  ବିଭିନ୍ନ ୱାର୍ଡର ସାହି ଡ୍ରେନ ଗୁଡିକ ଦୀର୍ଘ ଛଅ ସାତମାସ ହେବ ସଫେଇ କର୍ମଚାରୀ ଙ୍କ କୋଦାଳ ବାଜି ନାହିଁ । ଘର ଘର ବୁଲି ବ୍ୟାଟରୀ ଚାଳିତ ଗାଡି ରେ ଆବର୍ଜନା ସଂଗ୍ରହ ନାମକୁ ମାତ୍ର କିଛି ୱାର୍ଡ କୁ ଆବର୍ଜନା ସଂଗ୍ରହ ଗାଡି ଯାଉନଥିବା ବେଳେ ଦଶ କୋଡିଏ ଘରୁ ଅଳିଆ ସଂଗ୍ରହ ପରେ ଗାଡିଗୁଡିକ ରେ ଯାଗା ରହୁନାହିଁ ଅର୍ଦ୍ଧାଧିକ ଲୋକେ ବାଧ୍ୟ ହୋଇ କାଚରା ପକେଇ ନପାରି ବାଧ୍ୟ ହୋଇରାସ୍ତା କଡ଼ରେ ଆବର୍ଜନା ପକେଇବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି । ଏହାର ଦାଇତ୍ୱ ନେଇଥିବା ସଂସ୍ଥା ର ପରିଚାଳନା ସଠିକ ହେଉନଥିବା ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି।  ନୂତନ ଯୁବ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗୁଦ୍ରା ହେମ୍ବ୍ରମ ଯୋଗ ଦେବାପରେ ଲୋକେ ତାଙ୍କ ଠାରୁ ବହୁତ କିଛି ଆଶା କରିଥିଲେ କିନ୍ତୁ କାର୍ଯ୍ୟରେ ଯୋଗ ଦେବାର ବର୍ଷେ ହେବାକୁ ଯାଉଥିଲେ ମଧ୍ୟ ସେ ଲୋକଙ୍କ ହିତକର କୌଣସି ପଦକ୍ଷେପ ଗ୍ରହଣ କରିପାରିନଥିବା ଓ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ନିନ୍ଦିତ ହେଉଥିବା ରୁ ଲୋକେ ନିରାଶ ହୋଇଛନ୍ତି । କେବଳ ନାମକୁ ମାତ୍ର କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜ ସାମାଜିକ ଗଣମାଧ୍ୟମ ଫେସବୁକ ରେ କିଛି ସଫେଇ ଫୋଟ ପୋଷ୍ଟ କରି ବାହାବାହି ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଲା କରଞ୍ଜିଆ ର ଜନପ୍ରିୟ ଉପଜିଲ୍ଲାପାଳ ଓ ଯୁବ କାର୍ଯ୍ୟନିର୍ବାହୀ ଅଧିକାରୀ କିଭଳି ଢଙ୍ଗରେ ଏସବୁ ସମସ୍ୟା କୁ ସମାଧାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ