ବନାଖଣ୍ଡି ଗ୍ରାମପଞ୍ଚାୟତ ବିଜେପି ସାଂଗଠନିକ ବୈଠକରେ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧୀନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ବିଜେପି ପକ୍ଷରୁ ପ୍ରାକ ଗ୍ରାମପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସାଂଗଠନିକ ବୈଠକ ମାଧ୍ୟମରେ ଚଳିତ ପଂଚାୟତ ନିର୍ବାଚନ ନିମନ୍ତେ ସରପଞ୍ଚ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚୁଡାନ୍ତ କରାଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ସ୍ଥିତ ମା ଭଗବତୀପୀଠ ଠାରେ ବନାଖଣ୍ଡି ଗ୍ରାମପଞ୍ଚାୟତ ବିଜେପି ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାକଟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଆଗାମୀ ଗ୍ରାମପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବନାଖଣ୍ଡିକୁ ଏକ ବିକଶିତ ଗ୍ରାମପଞ୍ଚାୟତ ଭାବେ ଗଢିତୋଳିବା ପାଇଁ ସାମଗ୍ରିକ ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଓ ୱାର୍ଡ ସ୍ତରରେ ବିଜେପିର ସାଂଗଠନିକ ସ୍ଥିତି ମଜଭୂତ କରିବା ପାଇଁ କର୍ମୀମାନେ ଘରକୁ ଘର ବୁଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଜିକାର ବୈଠକରେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ନାରୀନେତ୍ରୀ ପ୍ରଜ୍ଞାପରମିତା ନାୟକଙ୍କୁ ସର୍ବସମ୍ମତି କ୍ରମେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିକପିଳେଶ୍ଵର ମଣ୍ଡଳର ପ୍ରଭାରୀ ସୁରେନ କୁମାର ପାଲ, ପୂର୍ବତନ ମଣ୍ଡଳ ସଭାପତି ଗଜରାଜ ଯେନା, ବରିଷ୍ଠ ବିଜେପି ନେତା ରଂଜିତ କୁମାର ରାଉତରାୟ, ବାଲିକପିଳେଶ୍ଵର ବିଜେପି ମଣ୍ଡଳ ସଭାପତି ପ୍ରବାଶ କୁମାର ରାଉତରାୟ, ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ ଓ ବିଜେପି ନେତା ଦୁର୍ଯ୍ୟୋଧନ ବରାଳ ପ୍ରମୁଖ ଯୋଗଦେଇ ମନୋନୀତ ସରପଞ୍ଚ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ମିଳିତ ଉଦ୍ୟମ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଗ୍ରାମପଞ୍ଚାୟତର ୧୮ଗୋଟି ଓ୍ବାର୍ଡର ୧୦୦ରୁ ଉର୍ଧ ବିଜେପି କର୍ମୀ ଓ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ସାଂଗଠନିକ ବୈଠକକୁ ବାଲିକପିଳେଶ୍ଵର ମଣ୍ଡଳ ଉପସଭାପତି ନିରଂଜନ ସ୍ୱାଇଁ, ଲିଂଗରାଜ ସ୍ୱାଇଁ, ଗିରିଜା ଶଙ୍କର ବେହୁରା, ବ୍ରଜବନ୍ଧୁ ପ୍ରଧାନ ଓ ବାବାଜୀ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ