ମୋଟର ସାଇକଲ ରେ ବୁହା ହେଲା ଶବ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ରେ ପୁଣି ଦାନମାଝି ଘଟଣାର ପୁନରାବୃତ୍ତି , ମୋଟର ସାଇକଲ ରେ ବୁହା ହେଲା ଶବ ,ଏଭଳି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ । ଶବ ନେବା ପାଇଁ କୌଣସି ଆମ୍ବୁଲାନ୍ସ କିମ୍ବା ଗାଡ଼ି ନ ମିଳିବାରୁ ଦୀର୍ଘ ଦଶ କିଲୋମିଟର ପର୍ଯ୍ୟନ୍ତ ମୋଟର ସାଇକଲ ରେ ଶବ ବୋହି ବେହେରା ଗୁଡା ପର୍ଯ୍ୟନ୍ତ ଆଣିଥିଲେ । ସୁଚନା ମତେ ଆଜି ସକାଳୁ କରନ ବେମାଲ ନାମକ ବୃଦ୍ଧ ମହିଳା ଅସୁସ୍ଥ ହେବାରୁ ନିକଟସ୍ଥ ପର୍ଲା ଗୋସ୍ଥିଶ୍ଵସ୍ତ୍ୟ କେନ୍ଦ୍ର କୁ 108 ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଶବ ଆଣିବା ପାଇଁ ମେଡ଼ିକାଲ ରେ ଆମ୍ବୁଲାନ୍ସ ସୁବିଧା ନାହିଁ ବୋଲି କହିବାରୁ ଏକ ମୋଟର ସାଇକଲ ଯୋଗେ ଦୀର୍ଘ ଦଶ କିଲୋମିଟର ପର୍ଯ୍ୟନ୍ତ ବେହେରାଗୁଡ଼ା ଗ୍ରାମକୁ ଆଣିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ