ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ସାତ କୋଶିଆ ମହୁଲଡିହା ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଜିଅନ୍ତା ବଜ୍ରକାପ୍ତା। ସାତ କୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫର ଏକ ଟିମ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଜବତ କରିଛନ୍ତି ।
ଏପରିକି ଏସଟିଏଫ ଟିମ ଘଟଣାରେ ସମ୍ପୃକ୍ତ ଜଣେ ଲୋକଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରିଆ। ସେ ଏହି ବଜ୍ରକାପ୍ତା ବିକ୍ରିପାଇଁ ଆଣିଥିଲେ ବୋଲି କହିଛନ୍ତି । ଏହି ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଥିବାର ସୂଚନାମିଳିଛି । ଏବବାଦ ରେ ଆଉ କିଛି ଲୋକ ଙ୍କ ସମ୍ପୃକ୍ତି ସମ୍ବନ୍ଧରେ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ