ଉଠା ବ୍ୟବସାୟୀଙ୍କ କବଜାରେ ସୂର୍ଯ୍ୟମନ୍ଦିର ସମ୍ମୁଖ ରାସ୍ତା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇ କୋଣାର୍କକୁ ସୁନ୍ଦର ସହର ଭାବେ ଗଢିତୋଳିବା ପାଇଁ ରହିଥିବା ଲକ୍ଷ ପୂରଣ ହୋଇପାରିନାହିଁ । ପ୍ରଥମେ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ହସ୍ତଶୀଳ୍ପ ବ୍ୟବସାୟୀଙ୍କୁ ଉଛେଦ କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଥିଲା ହେଲେ ପରେ ମନ୍ଦିର ସମ୍ମୁଖ ରାସ୍ତା ଦୁଇ ପାଶ୍ୱର୍ରେ ଉଠା ବ୍ୟବସାୟୀମାନେ ବସି ରହିଛନ୍ତି । ପ୍ରଶାସନର ଢିଲା ପଣ ଯୋଗୁଁ ଏଭଳି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ରାସ୍ତାରେ ଦିନକୁ ଦିନ ବ୍ୟବସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଣାର୍କ କୋର୍ଟ ପାଶ୍ୱର୍ରୁ ନବଗ୍ରହ ପର୍ଯ୍ୟନ୍ତ ରାସ୍ତା ଦୁଇ ପାଶ୍ୱର୍ରେ ଜବରଦଖଲକାରୀଙ୍କ କବଜାରେ ରହିଛି । ରାସ୍ତା ମଝିରେ ଉଠା ବ୍ୟବସାୟୀ ବେପାର କରୁଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାତୟାତ କରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଉଠା ବ୍ୟବସାୟୀମାନେ ମନମୁଖୀ ରାସ୍ତା ମଝିରେ ବ୍ୟବସାୟ କରୁଥିବାରୁ ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି । ବେଶୀ ଭିଡ ଦେଖିବାକୁ ମିଳୁଛି ସକାଳ ଓ ସଂଧ୍ୟରେ । ଗତ ଅକ୍ଟୋବର ୨୨ତାରିଖରେ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଜବରଦଖଲ ଉଛେଦ କରି ଏହି ରାସ୍ତାକୁ ନୋ ଭେଣ୍ଡିଂ ଜୋନ ଭାବେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ କୋଣାର୍କ ଏନଏସି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ