ପତ୍ରରେ ପରିବେଶ ଅନୁକୂଳ କାର୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ପୃଥିବୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଆରମ୍ଭ ହୋଇଯାଇଛି । ସେଥିମଧ୍ୟରୁ ଇ-ଭେହିକିଲ୍ ପ୍ରଚଳନ ଅନ୍ୟତମ । ଆମ ରାଜ୍ୟ ଓଡ଼ିଶାରେ ଇ-ଭେହିକିଲ୍‌କୁ କ୍ୟାବିନେଟ୍‌ରେ ମଞ୍ଜୁରୀ ବି ମିଳିସାରିଛି । ଆଉ କାଳବିଳମ୍ବ ନ କରି ଏହାକୁ ଲୋକପ୍ରିୟ କରି କାର୍ଯ୍ୟ କରିବାର ସମୟ ଆସିଯାଇଛି । ଯାହା ବହୁ ଆଗରୁ କରିବାର ଥିଲା । କିଛିଦିନ ତଳେ ରାଜ୍ୟରେ ଇ-ଭେହିକିଲ୍ ପ୍ରଚଳନକୁ ରାଜ୍ୟ ସରକାର ମଞ୍ଜୁର କରିଥିବାରୁ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏହାକୁ ସ୍ୱାଗତ କରିଛନ୍ତି । ଜନସଚେତନତା ଉଦ୍ଦେଶ୍ୟରେ ଗଛର ପତ୍ରକୁ ବ୍ୟବହାର କରି ସେ ତିଆରିଛନ୍ତି ଏକ ପରିବେଶ ଅନୁକୂଳ କାର୍ । ଶ୍ରୀ ସାହୁ ଏହି ମର୍ମରେ କୁହନ୍ତି, ରାଜ୍ୟରେ ଇ-ଭେହିକିଲ୍‌ର ବ୍ୟବହାର ବୃଦ୍ଧି ପାଇଁ ଉତ୍ସାହ ବର୍ଦ୍ଧକ ପଲିସି ନିତାନ୍ତ ଜରୁରୀ । ଯଥା-ସମସ୍ତ ବିଦ୍ୟୁତ୍ ଚାଳିତ ଯାନଗୁଡ଼ିକରୁ ରୋଡ଼ ଟାକ୍ସ ଛାଡ଼, ଇ-ଭେହିକିଲ୍ କ୍ରୟ କ୍ଷେତ୍ରରେ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ଼, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବିଦ୍ୟୁତ୍ ଶୁଳ୍କରେ ରିହାତି, ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ଛାଡ଼, ଇ-ଭେହିକିଲ୍ ବ୍ୟବହାରକାରୀଙ୍କୁ ପାର୍କିଂ ଶୁଳ୍କ ଛାଡ଼, ଅଗ୍ରାଧିକାର ଭିତ୍ତିରେ ବ୍ୟାଙ୍କଋଣ, ପଞ୍ଜୀକରଣ ଓ ପରିବହନ ଶୁଳ୍କ ଛାଡ଼ ଇତ୍ୟାଦି ଉପରେ ସରକାର ଗୁରୁତ୍ୱ ଦେବା ନିତାନ୍ତ ଜରୁରୀ । ତେବେଯାଇ ବିଦ୍ୟୁତ୍ ଚାଳିତ ଯାନ ଶତ ପ୍ରତିଶତ ରାସ୍ତାକୁ ଓହ୍ଲାଇବାରେ ସକ୍ଷମ ହୋଇପାରିବା ସହ ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରିବ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିପାରିବା ସହ ଜୀବଜଗତର ସନ୍ତୁଳନ ରକ୍ଷାରେ ବେଶ୍ ସହାୟକ ହୋଇପାରିବ ବୋଲି ସୁଶାନ୍ତ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ