କାଗଜ କଲମରେ ଚାଲିଛି ଚାଷୀଙ୍କ ଫାଇଲ ଚାଷ

ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା ଠାରୁ ଆରମ୍ଭ କରି ବଳିଆ ଯୋଜନା ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ହାତକୁ ନେଇ ବାହା ବାହା କରୁଛୁନ୍ତି । ଗାଈ ଗୋରୁ ରଖିବା ପାଇଁ ମୋ ଆଦର୍ଶ ଗୁହାଳ ଯୋଗାଉଛନ୍ତି କିନ୍ତୁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଭଳି ଦୁର୍ନିତି କରୁଛନ୍ତି ଯାହା ଫଳରେ ପ୍ରକୃତ ହିତାଧିକାରୀଙ୍କୁ ମିଳି ପାରୁନି ଆବାସ ଗୃହ । ଧନୀ ଲୁଟି ନେଇଛନ୍ତି ଆବାସ । ସେଥିରେ ପଞ୍ଚାୟତ ନିର୍ବାହି ଅଧିକାରୀ, ସରପଞ୍ଚ ଓ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ହାତ ଗୁଂଜା ଦେଇ ପାଇ ଯାଉଛନ୍ତି ଆବାସ ଓ କାଳିଆ ବଳିଆର ଅର୍ଥ । ମୋହନା ବ୍ଲକର ୩୯ଟି ପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକରେ ପୂର୍ବରୁ ଯେଭଳି ଜଙ୍ଗଲରୁ କାଠ ଆଣି ଚାଳ ଛପର କରି ଗାଈ ଗୁହାଳ ନିର୍ମାଣ କରି ରଖୁଛନ୍ତି ତ କିଏ ଘର ବାହାରେ ଗାଈ ଗୋରୁ ବାନ୍ଧି ରଖନ୍ତି । ବର୍ଷା ଖରା ଶୀତ ଏବଂ ବାତ୍ୟାରେ ମଧ୍ୟ ଗାଈ ଗୋରୁ ବାହାରେ ବନ୍ଧା ଯାଇଥାଏ ଯାହା ଦ୍ୱାରା କି ବଜ୍ରାଘାତରେ ଗାଈ ଗୋରୁ ମୃତ୍ୟୁ ବରଣ କରନ୍ତି । ଆଉ କ୍ଷତି ସହୁଛନ୍ତି ଗରିବ ଆଦିବାସୀ ଚାଷୀ । ଏପରିକି ମୋହନା ବ୍ଲକର ଅନେକ ପଞ୍ଚାୟତର ଯୋଗ୍ୟ ଚାଷୀ ବହୁବାର ଲିଖିତ ଅଭିଯୋଗ ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ ଓ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ମିଳିପାରୁନି କି ମୋ ଆଦର୍ଶ ଗୁହାଳ ମିଳୁନି । ଖାଲି ସୋସିଆଲ ମିଡିଆରେ ବାହାବାହା ନେଉଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ